ସାରାରାଜ୍ୟରେ ମୋୖସୁମୀ ସକ୍ରିୟ, ୨୪ ଘଣ୍ଟା ମଧ୍ୟରେ ତିନି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା | News Room Odisha

ସାରାରାଜ୍ୟରେ ମୋୖସୁମୀ ସକ୍ରିୟ, ୨୪ ଘଣ୍ଟା ମଧ୍ୟରେ ତିନି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର – ସାରାରାଜ୍ୟରେ ସକ୍ରିୟ ହୋଇଛି ମୋୖସୁମୀ ବାୟୁ। ଆଜି ଆଉ ୬ଟି ଜିଲ୍ଲାରେ ପ୍ରବେଶ କରିବା ସମଗ୍ର ରାଜ୍ୟରେ ସକ୍ରିୟ ହୋଇଛି ମୋୖସୁମୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘଡ଼ଘଡ଼ି ସହ ବର୍ଷା ନେଇ ୨୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୬ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ହାଲୁକା ବର୍ଷା ଲାଗି ରହିବ । ୨୬ରୁ ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।