ଗୀତା ଉପଦେଶ: ଈଶ୍ୱର ଉଭୟ ସାକାର ଓ ନିରାକାର ଅଟନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ଭକ୍ତିଯୋଗ ସମ୍ବନ୍ଧରେ ପଚାରୁଛନ୍ତି | News Room Odisha

ଗୀତା ଉପଦେଶ: ଈଶ୍ୱର ଉଭୟ ସାକାର ଓ ନିରାକାର ଅଟନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ଭକ୍ତିଯୋଗ ସମ୍ବନ୍ଧରେ ପଚାରୁଛନ୍ତି

ଏବଂ ସତତୟୁକ୍ତା ଯେ ଭକ୍ତାସ୍ତ୍ଵାଂ ପର୍ୟ୍ୟୁପାସତେ॥ ଯେ ଚାପ୍ୟକ୍ଷରମବ୍ୟକ୍ତଂ ତେଷାଂ କେ ଯୋଗ ବିତ୍ତମାଃ॥୧୨/୦୧॥

ଅର୍ଥାତ ଅର୍ଜୁନ ପ୍ରଶ୍ନ କଲେ: ଯେଉଁମାନେ ଆପଣଙ୍କର ସାକାର ସ୍ଵରୂପର ନିରବଚ୍ଛିନ୍ନ ଭାବରେ ଭକ୍ତି କରନ୍ତି, ଏବଂ ଯେଉଁମାନେ ଆପଣଙ୍କର ନିରାକାର ବ୍ରହ୍ମସ୍ଵରପର ଆରାଧନା କରନ୍ତି, ସେମାନଙ୍କ ମଧ୍ୟରୁ ଉତ୍ତମ ଯୋଗୀ ଭାବରେ ଆପଣ କାହାକୁ ବିବେଚନା କରନ୍ତି?

॥୧୨/୦୧॥