ବ୍ରହ୍ମପୁର: ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର | News Room Odisha

ବ୍ରହ୍ମପୁର: ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

ବ୍ରହ୍ମପୁର: ସହର ଉପକଣ୍ଠ ତଥା ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତକ ଦ୍ବୟ ହେଲେ ଦିଲ୍ଲେଶ୍ବର ରେଡ୍ଡୀ ଓ ରାଜୁ ପ୍ରଧାନ। ଗୁରୁତର ଯୁବକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ। ତେବେ ସେ ମୃତକଙ୍କ ବନ୍ଧୁ ବୋଲି କୁହାଯାଉଛି। ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି। ଦ୍ରୁତଗାମୀ କାର୍ ରାଜପଥରେ ଏକ ଟ୍ରକ୍ ପଛପଟକୁ ପିଟି ହୋଇଯିବାରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ଜୀବନ ଚାଲିଯାଇଛି। କାରର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି। ତେବେ ଭଡ଼ା ସୂତ୍ରରେ ଚଳାଚଳ କରୁଥିବା କାର୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଡ୍ରାଇଭର୍ ଚମ୍ପଟ ମାରିଛି। ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।