ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ ନେଇ ନବୀନଙ୍କ ଉଦବେଗ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି | News Room Odisha

ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ ନେଇ ନବୀନଙ୍କ ଉଦବେଗ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର – ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ଘଟିଥିବା ଅଘଟଣ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନିଜର ଉଦବେଗ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନହେବ, ମୁଖ୍ୟମନ୍ତ୍ରୀ ତାହା ସୁନିଶ୍ଚିତ କରନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି। ଏ ଘଟଣାରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟଙ୍କ ହାଲୁକା ମନ୍ତବ୍ୟ ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ଵିଗୁଣିତ କରିଛି ବୋଲି ନବୀନ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ଚିଠିରେ ନବୀନ ଲେଖିଛନ୍ତି ଯେ, ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡିବେଳେ ଯେଉଁ ଅଘଟଣ ଘଟିଲା, ତାହା ସାରା ବିଶ୍ବରଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବରେ ବ୍ୟଥ୍‌ତ କରିଛି । ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ । ଚାରମାଳରେ ପହଣ୍ଡି
ସମୟରେ ବଡଠାକୁର ମୁହଁ ମାଡି ପଡିଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ । ରଥଯାତ୍ରାର ହଜାର ହଜାର
ବର୍ଷର ପରମ୍ପରାରେ ଏଭଳି ଘଟଣା କେବେ ଘଟି ନ ଥିଲା । ଆଖିରେ ଦେଖି ମଧ୍ୟ ଏଭଳି ଅଘଟଣକୁ ବିଶ୍ବାସ କରି
ହେଲାନାହିଁ । ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ, ତାହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି । ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ସରକାରଙ୍କର ଏଭଳି ଆଭିମୁଖ୍ୟ ଜଗନ୍ନାଥପ୍ରେମୀଙ୍କୁ ଆଶ୍ୱସ୍ତ କରିବାରେ ସମର୍ଥ ହେଲାନାହିଁ ବୋଲି ନବୀନ ଉଲ୍ଲେଖ କରିଛନ୍ତି।