॥ ଅଯୋଧ୍ୟା କାଣ୍ଡ ॥
ମଂଜୁ ବିଲୋଚନ ମୋଚତି ବାରୀ । ବୋଲୀ ଦେଖି ରାମ ମହତାରୀ ॥ ତାତ ସୁନହୁ ସିୟ ଅତି ସୁକୁମାରୀ। ସାସ ସସୁର ପରିଜନହି ପିଆରୀ ॥
ଭାଵାର୍ଥ :- ମାତା ସୀତା ତାଙ୍କ ସୁନ୍ଦର ଆଖିରୁ ଅଶୃ ବୁହାଉ ଥାଆନ୍ତି । ତାଙ୍କ ଦଶା ଦେଖି ଶ୍ରୀରାମଙ୍କ ମାତା କୌଶଲ୍ୟା କରୁଣ ଓ କୋମଳ ସ୍ୱରରେ କହିଲେ, ହେ ମୋର ଧନ ! ସୀତା ଅତ୍ୟନ୍ତ ସୁକୁମାରୀ ଆଉ ସାସୁ ଶ୍ୱଶୁରଙ୍କ ସହିତ ସମସ୍ତ କୁଟୁମ୍ବ ଲୋକଙ୍କୁ ପ୍ରିୟ ଅଟନ୍ତି ।