ଗୀତା ଉପଦେଶ: ଭଗବତ୍ ପ୍ରାପ୍ତିର ଯାତ୍ରା ଶ୍ରଦ୍ଧାଠାରୁ ଆରମ୍ଭ ହୁଏ  | News Room Odisha

ଗୀତା ଉପଦେଶ: ଭଗବତ୍ ପ୍ରାପ୍ତିର ଯାତ୍ରା ଶ୍ରଦ୍ଧାଠାରୁ ଆରମ୍ଭ ହୁଏ 

ଶ୍ରୀମଦ୍ ଭଗବଦ୍ ଗୀତାରେ ଅର୍ଜ୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ଅସଫଳ ଯୋଗୀଙ୍କର ଭାଗ୍ୟ ସମ୍ପର୍କରେ ପଚାରୁଛନ୍ତି –

ଅର୍ଜୁନ ଉବାଚ :

ଅଯତିଃ ଶ୍ରଦ୍ଧୟୋପେତୋ ଯୋଗାଚ୍ଚଳିତମାନସଃ।*
ଅପ୍ରାପ୍ୟ ଯୋଗସଂସିଦ୍ଧିଂ କାଂ ଗତିଂ କୃଷ୍ଣ ଗଚ୍ଛତି।*

ଅର୍ଥାତ ଅର୍ଜୁନ କହିଲେ : ହେ ଶ୍ରୀକୃଷ୍ଣ! ଯେଉଁ ଯୋଗୀମାନେ ବିଶ୍ୱାସର ସହିତ ଏହି ମାର୍ଗରେ ଯାତ୍ରା ଆରମ୍ଭ କରନ୍ତି, କିନ୍ତୁ ଅସଂଯତ ମନ ଯୋଗୁଁ ଯଥେଷ୍ଟ ଉଦ୍ୟମ କରିପାରନ୍ତି ନାହିଁ, ସେମାନେ ଏହି ଜୀବନରେ ଯୋଗର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନ୍ତି ନାହିଁ । ଏହିପରି ଅସଫଳ ଯୋଗୀଙ୍କର ଭାଗ୍ୟ କ’ଣ ଅଟେ?