ଗୀତା ଉପଦେଶ: ସାତ୍ତ୍ୱିକ କର୍ତ୍ତାଗଣ ମୁକ୍ତସଙ୍ଗ ଅର୍ଥାତ୍ ସେମାନେ ସାଂସାରିକ ବିଷୟରେ ଆସକ୍ତ ହୁଅନ୍ତି ନାହିଁ | News Room Odisha

ଗୀତା ଉପଦେଶ: ସାତ୍ତ୍ୱିକ କର୍ତ୍ତାଗଣ ମୁକ୍ତସଙ୍ଗ ଅର୍ଥାତ୍ ସେମାନେ ସାଂସାରିକ ବିଷୟରେ ଆସକ୍ତ ହୁଅନ୍ତି ନାହିଁ

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସତ୍ତ୍ୱଗୁଣ ସ୍ୱଭାବ ବୁଝାଇବାକୁ ଯାଇ କହୁଛନ୍ତି :-

ମୁକ୍ତସଙ୍ଗୋଽନହଂବାଦୀ ଧୃତ୍ୟୁତ୍ସାହସମନ୍ୱିତଃ।

ସିଦ୍ଧ୍ୟସିଦ୍ଧ୍ୟୋର୍ନିର୍ବିକାରଃ କର୍ତା ସାତ୍ତ୍ୱିକ ଉଚ୍ୟତେ।

ଯେତେବେଳେ କର୍ତ୍ତା ଅହଂକାର ଏବଂ ଆସକ୍ତି ରହିତ ତଥା ଉତ୍ସାହ ଓ ଦୃଢ଼ସଂକଳ୍ପଯୁକ୍ତ ହୋଇଥାନ୍ତି, ସେତେବେଳେ ତାଙ୍କୁ ସତ୍ତ୍ୱଗୁଣ ସ୍ୱଭାବଯୁକ୍ତ କୁହାଯାଏ।

ବାଖ୍ୟା : ଶ୍ରୀକୃଷ୍ଣ ପୂର୍ବରୁ କର୍ମର ତିନୋଟି ଉପାଦାନ – ଜ୍ଞାନ, ସ୍ୱୟଂ କର୍ମ ଏବଂ କର୍ତ୍ତା ବିଷୟରେ କହିଥିଲେ । ସେମାନଙ୍କ ମଧ୍ୟରୁ ଜ୍ଞାନ ଓ କର୍ମର ଶ୍ରେଣୀ ବର୍ଣ୍ଣନା କରିବା ପରେ, ସେ ବର୍ତ୍ତମାନ ତିନି ଶ୍ରେଣୀର କର୍ତ୍ତାଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ସତ୍ତ୍ୱଗୁଣୀ ବ୍ୟକ୍ତି ଅକର୍ମଣ୍ୟ ନୁହଁନ୍ତି, ବରଂ ସେମାନେ ଉତ୍ସାହ ଓ ଦୃଢ଼ତାର ସହିତ କାର୍ଯ୍ୟ କରିଥାନ୍ତି ।