ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ  | News Room Odisha

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ 

ପୁରୀ – ଆଜି ପବିତ୍ର ରେଖାପଞ୍ଚମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା । ରାହୁ ରେଖା ନୀତି ପାଇଁ ଆଜି ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପରମ୍ପରା ଅନୁଯାୟୀ ପ୍ରଥମ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟ ବିଜୟ ଦ୍ବାର ବନ୍ଦ କରାଯିବ। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବାୟତମାନେ ରାହୁ ରେଖା ଲାଗି କରିବେ । ଶ୍ରୀଜିଉଙ୍କ ଶ୍ରୀମୁଖ ସୁନ୍ଦର ଦେଖାଯିବା ପାଇଁ ଏହି ରାହୁରେଖାକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି କରାଯିବ ।