ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ସ୍ୱ-ଧର୍ମ ସମ୍ବନ୍ଧରେ କହିଛନ୍ତି-
ସ୍ୱେ ସ୍ୱେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ । ସ୍ୱକର୍ମନିରତଃ ସିଦ୍ଧିଂ ଯଥା ବିନ୍ଦତି ତଚ୍ଛୃଣୁ।
ଅର୍ଥାତ୍ ଆମ୍ଭମାନଙ୍କର ସ୍ୱଭାବ ଏବଂ ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ । ସେଗୁଡ଼ିକୁ ସମ୍ପାଦନ କରିବା ଦ୍ୱାରା ଆମେ ନିଜ ଶରୀର ଓ ମନର ଅନ୍ତର୍ନିହିତ କ୍ଷମତାର ଉପଯୋଗ ଗଠନ ମୂଳକ ଓ ଲାଭଦାୟକ ଭାବରେ କରିଥାଏ । ଏହା ନିଜର ଶୁଦ୍ଧିକରଣ ଓ ବିକାଶ କରାଇଥାଏ ଏବଂ ନିଜ ପାଇଁ ତଥା ସମାଜ ପାଇଁ ମଙ୍ଗଳକାରୀ ହୋଇଥାଏ । ଏହି ସବୁ କର୍ମର ନିର୍ଦ୍ଧାରଣ ଆମ ସହଜାତ ସ୍ୱଭାବ ଅନୁସାରେ ହୋଇଥିବାରୁ, ଏହାର ନିର୍ବାହ କରିବାକୁ ଯାଇ ଆମେ ଆରାମ ଏବଂ ଅବିଚଳିତ ଅନୁଭବ କରିଥାଏ । ତାପରେ, ଆମର ଦକ୍ଷତା ବୃଦ୍ଧି ସହିତ, ଆମର ସ୍ୱ-ଧର୍ମ ମଧ୍ୟ ବଦଳି ଯାଏ ଏବଂ ଆମେ ପରବର୍ତ୍ତୀ ଉଚ୍ଚ ସୋପାନରେ ପଦାର୍ପଣ କରିଥାଏ । ଏହିପରି ଭାବରେ କର୍ତ୍ତବ୍ୟନିଷ୍ଠାର ସହିତ ଦାୟୀତ୍ୱ ନିର୍ବାହ କରି ଆମେ ଅଗ୍ରଗତି କରିଥାଏ।