ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର -୨୦୨୩ : ଭୁବନେଶ୍ୱର ଓ ଚିକିଟିକୁ ପୁରସ୍କାର | News Room Odisha

ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର -୨୦୨୩ : ଭୁବନେଶ୍ୱର ଓ ଚିକିଟିକୁ ପୁରସ୍କାର

ନୂଆଦିଲ୍ଲୀ – ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର -୨୦୨୩ରେ ଭୁବନେଶ୍ବରକୁ ମିଳିଛି ସ୍ୱଚ୍ଛ ସହର ପୁରସ୍କାର। ସ୍ୱଚ୍ଛ ସହର ରାଙ୍କରେ ଏଥର ଭୁବନେଶ୍ବର ୩୪ ସ୍ଥାନରେ ରହିଛି । ଗତଥର ଭୁବନେଶ୍ବର ୮୦ତମ ସ୍ଥାନରେ ରହିଥିଲା । ଏହା ସହ ଭୁବନେଶ୍ବର ପାଇଛି ପ୍ରଥମ ଓ୍ବାଟର ପ୍ଲସ ପୁରସ୍କାର। ଗତ ଥର ଏହା ଓଡିଏଫ୍ ପ୍ଲସ ପ୍ଲସ ରହିଥିଲା । ଅଳିଆ ମୁକ୍ତ ସହର ଭାବେ ମଧ୍ୟ ଭୁବନେଶ୍ବରକୁ ମିଳିଛି ପୁରସ୍କାର । ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର ଗ୍ରହଣ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଥ ପ୍ରଦର୍ଶନ ଯୋଗୁ ବିଏମସି ଏହି ପୁରସ୍କାର ହାସଲ କରିଛି କହିଛନ୍ତି ସୁଲୋଚନା ଦାସ । ଏହାସହ ସହରବାସୀଙ୍କ ସହଯୋଗ ଯୋଗୁ ଏହି ସଫଳତା ମିଳିଛି । ଏନେଇ ସବୁବେଳେ ବିଏମସିକୁ ସହାୟତା କରିବାକୁ ଅପିଲ କରିଛନ୍ତି ସୁଲୋଚନା ।

୧୫ ହଜାର ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ଗଞ୍ଜାମ ଜିଲ୍ଲାର ଚିକିଟିକୁ ସ୍ବଚ୍ଛ ସହର ପୁରସ୍କାର ପ୍ରଦାନ କରାଯାଇଛି ।