ନକ୍ସଲ ଦମନ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ନବୀନ ସରକାରଙ୍କୁ ପ୍ରଶଂସା କଲେ ଅମିତ ଶାହ | News Room Odisha

ନକ୍ସଲ ଦମନ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ନବୀନ ସରକାରଙ୍କୁ ପ୍ରଶଂସା କଲେ ଅମିତ ଶାହ

ଭୁବନେଶ୍ବର – ନକ୍ସଲ ଦମନ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି ଯେ, ପୂର୍ବାଞ୍ଚଳର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଆସୁଛନ୍ତି । ୨୦୧୫ରୁ ୨୦୧୯ ମଧ୍ୟରେ ମାଓବାଦୀ ହିଂସା ୩୦ ପ୍ରତିଶତ ହ୍ରାସ ପାଇଛି । ନକ୍ସଲ ବିରୋଧୀ ଅଭିଯାନରେ ସଫଳତା ପାଇଁ ହ୍ରାସ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଆଜି ଲୋକସେବା ଭବନରେ ଆୟୋଜିତ ଏନଏଚ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅମିତ ଶାହ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ ।

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ରୋଲ ମଡେଲ ପାଲଟିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ନୂଆ ନୂଆ ପଦକ୍ଷେପ ଯୋଗୁଁ ବାତ୍ୟାର ମୁକାବିଲା କରି ଧନଜୀବନ ସୁରକ୍ଷିତ କରିବାରେ ସଫଳ ହୋଇଛି ନବୀନ ସରକାର । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର କାମ ପ୍ରଶଂସନୀୟ ବୋଲି କହିଛନ୍ତି ଅମିତ ଶାହ କହିଛନ୍ତି।