ବଲାଙ୍ଗିର ଜିଲ୍ଲା ଗସ୍ତ କରି ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ  | News Room Odisha

ବଲାଙ୍ଗିର ଜିଲ୍ଲା ଗସ୍ତ କରି ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ 

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ବଲାଙ୍ଗିର ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ୫-ଟି ଅଧ୍ୟକ୍ଷ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ସହ ବିଚାର ଆଲୋଚନା କରିଛନ୍ତି। ବଲାଙ୍ଗିର ଗାନ୍ଧି ଷ୍ଟାଡିୟମରେ ଆୟୋଜିତ ୫-ଟି ଅଧ୍ୟକ୍ଷ ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଜିଲ୍ଲାର ସମସ୍ତ କଲେଜରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ସେ ବିଚାର ଆଲୋଚନା କରିଥିଲେ। ଯୁବକଯୁବତୀଙ୍କ ସାମଗ୍ରିକ ବ୍ୟକ୍ତିତ୍ଵ ବିକାଶ ଓ ପ୍ରତିଭା ପ୍ରଦର୍ଶନ ପାଇଁ ନୂଆ-ଓ କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରେ ବୋଲି ପାଣ୍ଡିଆନ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନାରେ କହିଥିଲେ। ଜିଲ୍ଲାର ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଉଦାହରଣ ଦେଇ ୫-ଟି ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳ ହେବାକୁ ମନ୍ତ୍ର ଦେଇଥିଲେ। ଆତ୍ମବିଶ୍ଵାସର ସହ କଠିନ ପରିଶ୍ରମ କଲେ ହିଁ ଜୀବନରେ ସଫଳତା ହାସଲ କରିହେବ ବୋଲି କହିଥିଲେ ୫-ଟି ଅଧ୍ୟକ୍ଷ ।

ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ। ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ନିର୍ମିତ ହେଉଥିବା ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲର ଅଗ୍ରଗତିର ସେ ସମୀକ୍ଷା କରିଥିଲେ। ୩୦୫ କୋଟି ଟଙ୍କା ବ୍ୟୟରେ ଏହି ହସପିଟାଲର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୫-ଟି ନୀତି ଅନୁସରଣ କରି ବାକି ଥିବା କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ସେ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ୪ଟି ଆଇଏସ ଏସ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ। ବଲାଙ୍ଗୀର ବାଇପାସ୍ ରୋଡ୍ , ପାଟଣାଗଡ଼ ବାଇପାସ୍ ରୋଡ୍, ତୁଷୁରା ଏୟାରଷ୍ଟ୍ରିପର ବିକାଶ ସମେତ ବିଭିନ୍ନ ସଡ଼କ ଓ ପୋଲ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ।

୨୬ କୋଟି ଟଙ୍କା ବ୍ୟୟରେ ଚାଲିଥିବା ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ।

ଗତବର୍ଷ ଅଗଷ୍ଟରେ ୫-ଟି ଅଧ୍ୟକ୍ଷଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ ବେଳେ ଜନସାଧାରଣଙ୍କ ଅନୁରୋଧ ଓ ଦାବିକୁ ଗ୍ରହଣ କରାଯାଇ ପ୍ରମୁଖ ପ୍ରକଳ୍ପ ହାତକୁ ନିଆଯାଇଛି।

ଆଜି କଣ୍ଟାବାଞ୍ଜି ଭୋକେସନାଲ କଲେଜ ଖେଳପଡିଆ ଓ ସଇଁତଳାର ଆରଏନ୍ ସିଂହଦେଓ ଷ୍ଟାଡିୟମରେ ସେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣି ଖୁବ୍ ଶୀଘ୍ର ସମାଧାନର ପ୍ରତିଶ୍ରୁତି ଦେଇଥିଲେ।