ଚୋରାଚାଲାଣ ବେଳେ କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ, ୨ ଗିରଫ  | News Room Odisha

ଚୋରାଚାଲାଣ ବେଳେ କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ, ୨ ଗିରଫ 

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ରେଢାଖୋଲ ବନଖଣ୍ଡ ପକ୍ଷରୁ ଗତକାଲି ରାତିରେ ପ୍ରାୟ ୮୫ କିମି ପିଛା କରି ଏକ କେନ୍ଦୁପତ୍ର ବୋଝେଇ ଟ୍ରକକୁ ଜବତ କରିଛି। ଆଉ ଏଥିରେ ସଂପୃକ୍ତ 2 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ରେଢାଖୋଲର ମୋଚିବାହାଲରେ ଏକ ୧୦ ଚକିଆ ଟ୍ରକରେ କେନ୍ଦୁପତ୍ର ବୋଝେଇ ହୋଇ ଜିଲ୍ଲା ବାହାରକୁ ଚାଲାଣ ପାଇଁ ଯାଉଥିଲା। ଏନେଇ ଗତକାଲି ବନ ବିଭାଗର ବଡମାଳ ରେଞ୍ଜ ପକ୍ଷରୁ ସୂଚନା ପାଇବା ପରେ ଉକ୍ତ ଟ୍ରକକୁ ପିଛା କରାଯାଇଥିଲା। ଆଉ ସମ୍ବଲପୁର ସହରର ଧନୁପାଲି ମହାବୀରପଡା ନିକଟରେ ଟ୍ରକକୁ ଅଟକାଇ ଜବତ କରିଥିଲା। ଟ୍ରକରୁ ୭୭.୯୦ କ୍ବିଣ୍ଟାଲ କେନ୍ଦୁପତ୍ରକୁ ଜବତ କରିବା ସହିତ ୨ ଜଣଙ୍କୁ କାବୁ କରିଥିଲା ବନ ବିଭାଗ ଟିମ। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଚାରମାଳ ଥାନା ମୋଚିବାହାଲର ଟଙ୍କଧର ନାଗ(୧୯) ଏବଂ ଭୀମସେନ ଠେଲା(୨୫)।