ବ୍ରଜରାଜନଗରରେ ବିଜେଡିର ବମ୍ପର ବିଜୟ | News Room Odisha

ବ୍ରଜରାଜନଗରରେ ବିଜେଡିର ବମ୍ପର ବିଜୟ

ବ୍ରଜରାଜନଗର: ବ୍ରଜରାଜନଗର ବାଜିରେ ବିଜୟୀ ହୋଇଛି ବିଜେଡି । ଉପନିର୍ବାଚନ ରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି  ୬୫ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଉପନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟରେ ଜିତିଲେ ଅଳକା ମହାନ୍ତି । ୨୦୧୪ରେ ପ୍ରଥମଥର ପାଇଁ ଦ୍ୱିତୀୟ ସ୍ଥାନରେ ରହିଲା କଂଗ୍ରେସ । ବିଜେପିର ରାଧାରାଣୀ ପଣ୍ଡାଙ୍କୁ ପଛରେ ପକାଇ ୨ୟ ସ୍ଥାନରେ ରହିଲେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ।

ବିଜେପୁର ଉପନିର୍ବାଚନରେ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ ବିଜେଡିର ରୀତା ସାହୁ । ୯୭ ହଜାର ୯୯୦ ବ୍ୟବଧାନରେ ବିଜୟୀ ହୋଇଥିଲେ ରୀତା । ୨୦୧୯ରେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପରେ ଜିତିଥିଲେ ରୀତା ।

Brajrajnagar By-poll