ରାଜ୍ୟ ବାହାରେ ଆଉ ଜଣେ ଓଡ଼ିଆ ଯବାନ ସହିଦ | News Room Odisha

ରାଜ୍ୟ ବାହାରେ ଆଉ ଜଣେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର – ତ୍ରିପୁରାରେ ସୀମା ସୁରକ୍ଷା ବାହିନୀ -ବିଏସ୍‌ଏଫରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସହିଦ ଯବାନ ଜଣ କଳାହାଣ୍ଡି ଜିଲ୍ଲାର ଈଶ୍ବର ଦୋରା ବୋଲି ଜଣାପଡିଛି।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ଈଶ୍ବର ୨୦୦୯ ମସିହାରେ ବିଏସ୍‌ଏଫ୍‌ରେ ଭର୍ତ୍ତି ହୋଇଥିଲେ। ସେ ତ୍ରିପୁରା ସୀମାରେ କାର୍ଯ୍ୟରତ ଥିଲେ। ଗତରାତିରେ ଡ୍ୟୁଟିରେ ଯାଇଥିବା ବେଳେ ତାଙ୍କର ମରଶରୀର ସକାଳୁ ଏକ ନାଳରୁ ଉଦ୍ଧାର ହୋଇଥିଲା। ତାଙ୍କ ମୃତ୍ୟୁ ନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ପରିବାର‌ ଲୋକଙ୍କୁ ଅବଗତ କରାଯାଇଛି।