ଆଜିଠୁ ଭାରତରେ ଆରମ୍ଭ ହେଉଛି ଏକଦିବସୀୟ କ୍ରିକେଟର ମହାକୁମ୍ଭ – ଆଇସିସି କ୍ରିକେଟ ବିଶ୍ୱକପ୍। ୧୦ଟି ଟିମ୍ ମଧ୍ୟରେ ବିଶ୍ୱକପ୍ ପାଇଁ ହେବ ଲଢେଇ । ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପ୍ କ୍ରିକେଟ ଆୟୋଜନ କରୁଛି । କିନ୍ତୁ ଏଥର ୧୩ତମ ସଂସ୍କରଣ ଭାରତ ଏକାକୀ ଆୟୋଜନ କରୁଛି । ୧୯୭୧ ମସିହାରେ ଏକ ବର୍ଷା ବାଧାପ୍ରାପ୍ତ ଟେଷ୍ଟ ମ୍ୟାଚରୁ ଏକଦିବସୀୟ ସୀମିତ ଓଭର କ୍ରିକେଟ ଜନ୍ମ ନେଇଥିଲା । ୧୯୭୫ରେ ଆୟୋଜିତ ହୋଇଥିଲା ଏକଦିବସୀୟ କ୍ରିକେଟର ପ୍ରଥମ ବିଶ୍ୱ କପ୍ । ୧୯୭୫ରୁ ୨୦୧୯ ମଧ୍ୟରେ ଆୟୋଜିତ ବିଶ୍ୱକପରେ ଦେଖିବାକୁ ମିଳିଛି ଅନେକ ରେକର୍ଡ। କିଛି ଭାଙ୍ଗିଛି । କିଛି ରହିଛି । ଭାରତରେ ବିଶ୍ୱକପ୍ କ୍ରିକେଟର ଆଉ ଏକ ସଂସ୍କରଣ ଆରମ୍ଭ ହେଉଥିବା ବେଳେ ଆସନ୍ତୁ ନଜର ପକାଇବା କିଛି ରୋଚକ ରେକର୍ଡ ଉପରେ ।
ବିଶ୍ୱକପ କ୍ରିକେଟ କେବେ ଓ କେଉଁଠି
ବର୍ଷ | ସ୍ଥାନ | ବିଜେତା | ଉପବିଜେତା |
୧୯୭୫ | ଇଂଲଣ୍ଡ | ୱେଷ୍ଟଇଣ୍ଡିଜ | ଅଷ୍ଟ୍ରେଲିଆ |
୧୯୭୯ | ଅଷ୍ଟ୍ରେଲିଆ | ୱେଷ୍ଟଇଣ୍ଡିଜ | ଅଷ୍ଟ୍ରେଲିଆ |
୧୯୮୩ | ଇଂଲଣ୍ଡ | ଭାରତ | ୱେଷ୍ଟଇଣ୍ଡିଜ |
୧୯୮୭ | ଭାରତ ଓ ପାକିସ୍ତାନ | ଅଷ୍ଟ୍ରେଲିଆ | ଇଂଲଣ୍ଡ |
୧୯୯୨ | ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ | ପାକିସ୍ତାନ | ଇଂଲଣ୍ଡ |
୧୯୯୬ | ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା | ଶ୍ରୀଲଙ୍କା | ଅଷ୍ଟ୍ରେଲିଆ |
୧୯୯୯ | ଇଂଲଣ୍ଡ,ଆୟାର୍ଲାଣ୍ଡ ଓ ସ୍କଟଲାଣ୍ଡ | ଅଷ୍ଟ୍ରେଲିଆ | ପାକିସ୍ତାନ |
୨୦୦୩ | ଦକ୍ଷିଣ ଆଫ୍ରିକା, କେନିୟା, ଜିମ୍ବାୱେ | ଅଷ୍ଟ୍ରେଲିଆ | ଭାରତ |
୨୦୦୭ | ୱେଷ୍ଟଇଣ୍ଡିଜ | ଅଷ୍ଟ୍ରେଲିଆ | ଶ୍ରୀଲଙ୍କା |
୨୦୧୧ | ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ | ଭାରତ | ଶ୍ରୀଲଙ୍କା |
୨୦୧୫ | ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ | ଅଷ୍ଟ୍ରେଲିଆ | ନ୍ୟୁଜିଲାଣ୍ଡ |
୨୦୧୯ | ଇଂଲଣ୍ଡ | ଇଂଲଣ୍ଡ | ନ୍ୟୁଜିଲାଣ୍ଡ |
ଦିନିକିଆ ବିଶ୍ୱକପ କ୍ରିକେଟ : ରେକର୍ଡ ବୁକ୍ରୁ କିଛି
ସର୍ବାଧିକ ଦଳୀୟ ସ୍କୋର: ଅଷ୍ଟ୍ରେଲିଆ ୪୧୭/୬ ବନାମ ଆଫଗାନିସ୍ତାନ , ପର୍ଥ, ୨୦୧୫
ସର୍ବନିମ୍ନ ସ୍କୋର: କାନାଡା ୩୬ ବନାମ ଶ୍ରୀଲଙ୍କା, ପର୍ଲ, ୨୦୦୩
ଗୋଟିଏ ଇନିଂସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର: ମାର୍ଟିନ ଗୁପ୍ତିଲ ( ନ୍ୟୁଜିଲାଣ୍ଡ ) ଅପରାଜିତ ୨୩୭ ବନାମ ୱେଷ୍ଟଇଣ୍ଡିଜ, ୱେଲିଂଟନ, ୨୦୧୫
ବିଶ୍ୱକପ୍ କ୍ରିକେଟର ସର୍ବାଧିକ ରନ୍: ସଚିନ ତେନ୍ଦୁଲକର, ୪୫ଟି ମ୍ୟାଚ୍ , ୨୨୭୮ ରନ୍ , ଆଭରେଜ ୫୬.୯୫, ୬ ଶତକ, ୧୫ ଅର୍ଧଶତକ, ସର୍ବାଧିକ ସ୍କୋର ୧୫୨
ଦ୍ରୁତତମ ଶତକ: – ଓ’ ବ୍ରାୟନ (ଆୟର୍ଲାଣ୍ଡ ) ୫୦ଟି ବଲରୁ ଶତକ ବନାମ ଇଂଲଣ୍ଡ,ବେଙ୍ଗଳୁରୁ ୨୦୧୧
ଦ୍ରୁତତମ ଅର୍ଧଶତକ: ବ୍ରାଣ୍ଡନ ମ୍ୟାକୁଲମ ( ନ୍ୟୁଜିଲାଣ୍ଡ ) ୧୮ଟି ବଲରୁ ଅର୍ଧଶତକ, ବନାମ ଇଂଲଣ୍ଡ, ୱେଲିଂଟନ, ୨୦୧୫
ଗୋଟିଏ ଇନିଂସରେ ଶ୍ରେଷ୍ଠ ବୋଲିଂ: ଗ୍ଲେନ ମ୍ୟାକଗ୍ରାଥ ( ଅଷ୍ଟ୍ରେଲିଆ ), ୭-୪-୧୫-୭ ବନାମ ନାମିବିୟା, ପୋର୍ଟ ଚାଫଷ୍ଟୁମ, ୨୦୦୩
ବିଶ୍ୱକପରେ ସର୍ବାଧିକ ୱିକେଟ୍: ଗ୍ଲେନ ମ୍ୟାକଗ୍ରାଥ ( ଅଷ୍ଟ୍ରେଲିଆ ), ୩୯ଟି ମ୍ୟାଚରୁ ୭୧ ୱିକେଟ୍, ସର୍ବଶ୍ରେଷ୍ଠ ବୋଲିଂ – ୭/୧୫
ଚାରିଟି ବଲରେ ଚାରି ୱିକେଟ୍: ଲସିଥ ମାଲିଙ୍ଗା (ଶ୍ରୀଲଙ୍କା) ବନାମ ଦକ୍ଷିଣ ଆଫ୍ରିକା, ଗୁୟାନା, ୨୦୦୭ ବିଶ୍ୱକପ୍
ବିଶ୍ୱକପ୍ କ୍ରିକେଟରେ ସର୍ବାଧିକ ଛକ୍କା: କ୍ରିସ ଗେଲ୍ (ୱେଷ୍ଟଇଣ୍ଡିଜ), ୩୫ଟି ମ୍ୟାଚରୁ ୪୯ ଛକ୍କା
ସର୍ବାଧିକ ଚୌକା: ସଚିନ ତେନ୍ଦୁଲକର, ୪୫ ମ୍ୟାଚ, ୨୪୧ ଚୌକା
ସର୍ବାଧିକ ଶତକ: ସଚିନ ତେନ୍ଦୁଲକର, ୪୫ ମ୍ୟାଚରୁ ୬ ଶତକ
ରୋହିତ ଶର୍ମା, ୧୭ ମ୍ୟାଚରୁ ୬ ଶତକ
ବିଶ୍ୱକପରେ ସଫଳ ୱିକେଟ କିପର: କୁମାର ସଙ୍ଗକରା ( ଶ୍ରୀଲଙ୍କା ), ୩୭ ମ୍ୟାଚ, ୪୧ କ୍ୟାଚ, ୧୩ ଷ୍ଟମ୍ପିଂ
ସର୍ବାଧିକ ବିଶ୍ୱକପ୍ ଖେଳିବା ରେକର୍ଡ: ସଚିନ ତେନ୍ଦୁଲକର ଓ ଜାଭେଦ ମିଆଁଦାଦ । ଉଭୟେ ୬ଟି ବିଶ୍ୱକପରେ ଖେଳିଛନ୍ତି ।
ସଫଳ ଅଧିନାୟକ: ରିକି ପଣ୍ଟିଂ ( ଅଷ୍ଟ୍ରେଲିଆ ), ୨୯ଟି ମ୍ୟାଚରେ ଅଧିନାୟକତ୍ୱ, ବିଜୟ-୨୬, ପରାଜୟ ୨, ରଦ୍ଦ-୧
ସଫଳ ଦେଶ: ଅଷ୍ଟ୍ରେଲିଆ,ସର୍ବାଧିକ ୫ ଟାଇଟଲ, ୯୪ ମ୍ୟାଚ, ୬୯ ବିଜୟ ( ବିଶ୍ୱରେକର୍ଡ )