ନିର୍ବାଚନୀ ହିଂସା ନେଇ କମିଶନଙ୍କ ଜରୁରୀ ବୈଠକ | News Room Odisha

ନିର୍ବାଚନୀ ହିଂସା ନେଇ କମିଶନଙ୍କ ଜରୁରୀ ବୈଠକ

ଭୁବନେଶ୍ୱର- ନିର୍ବାଚନୀ ହିଂସାକୁ ନେଇ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ ହୋଇଛି । ବୈଠକ ପରେ ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି ଯେ, ପୋଲିସ କୋହଳ ମନୋଭାବ ନ ଦେଖାଇ କାର୍ଯ୍ୟାନୁଷ୍ଠାନ ନେବ । ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଂଶଲ କହିଛନ୍ତି । ବୈଠକରେ ପୋଲିସ ଡ଼ିଜିଙ୍କ ସହ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ବସି ଥିଲା ବୈଠକ ।