ଭବ୍ୟ ରୂପାନ୍ତରଣ: ଝଲସି ଉଠୁଛି ତାରାତାରିଣୀ ପୀଠ, ରବିବାର ମୁଖ୍ୟମନ୍ତ୍ରୀ କରିବେ ପରିଦର୍ଶନ | News Room Odisha

ଭବ୍ୟ ରୂପାନ୍ତରଣ: ଝଲସି ଉଠୁଛି ତାରାତାରିଣୀ ପୀଠ, ରବିବାର ମୁଖ୍ୟମନ୍ତ୍ରୀ କରିବେ ପରିଦର୍ଶନ

ବ୍ରହ୍ମପୁର: କେବଳ ଗଞ୍ଜାମ ଜିଲ୍ଲା ନୁହେଁ ସମଗ୍ର ରାଜ୍ୟର ଏକ ଅଦ୍ବିତୀୟ ଶକ୍ତି ପୀଠ ମାଁ ତାରାତାରିଣୀ। କୁହାଯାଏ ମହାଦେବଙ୍କ ମୋହାଚ୍ଛନ୍ନ ଅବସ୍ଥାକୁ ଭଗ୍ନ କରିବା ପାଇଁ ଦେବୀ ସତୀଙ୍କ ମର ଶରୀରକୁ ଯେତେବେଳେ ପ୍ରଭୁ ବିଷ୍ଣୁ ସୁଦର୍ଶନ ଚକ୍ରରେ ଖଣ୍ଡିତ କରିଥିଲେ ସେତେବେଳେ ଦେବୀଙ୍କ ବକ୍ଷୋଜ ଅଂଶ ଏହିଠାରେ ପତିତ ହୋଇଥିଲା। ସେଥିପାଇଁ ତ ଏହି ପୀଠର ନାମ ହୋଇଛି ତାରାତାରିଣୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟର ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ବହୁମୂଖୀ ଯୋଜନା କରି ଅନୁଦାନ ମଞ୍ଜୁର କରିବା ସହ ସେଗୁଡ଼ିକୁ ଅନ୍ତର୍ଜାତୀୟ ଟୁରିଷ୍ଟ ସ୍ପଟ୍ ଭାବେ ବିକଶିତ କରାଉଛନ୍ତି। କେଇ ସହସ୍ର ବର୍ଷ ପ୍ରାଚୀନ ଏଇ ମନ୍ଦିରର ନବକଳେବର କାର୍ଯ୍ୟ ଚାଲିଛି। ଦେଖିବାକୁ ମିଳିଛି ମନ୍ଦିରର ସୁନ୍ଦର ରୂପାନ୍ତରଣ।

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ, ଦକ୍ଷିଣ ଓଡ଼ିଶା ସମେତ ସାରା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ ମା’ ତାରାତାରିଣୀ ମନ୍ଦିର। ପୂର୍ବରୁ ଏମିତି ଥିଲା ପୀଠର ପ୍ରବେଶ ପଥ

 

ତାରାତାରିଣୀ ପୀଠରେ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରାରେ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାଜ୍ୟରୁ ଭକ୍ତଙ୍କ ପ୍ରବଳ ସମାଗମ

 

ପୂର୍ବରୁ ଏଭଳି ଥିଲା ଏହି ପୀଠର ଦୃଶ୍ୟ।

 

ପୀଠରେ ଯାତ୍ରା ବେଳର ଗହଳି।
ତାରାତାରିଣୀ ମନ୍ଦିର। ଦିନ ଥିଲା ପୀଠ ଏଭଳି ଅବସ୍ଥାରେ ଥିଲା।
ସେବାୟତ ଓ ପୂଜକ ଗୋଷ୍ଠୀ।
ବିଶାଳ ପଥରଖଣ୍ଡକୁ କାଟି ଆଣି ତାହାକୁ ସଜାଡି ଗଢ଼ା ହୋଇଛି ତାରାତାରିଣୀ ମନ୍ଦିର।
ବିଶାଳ ପଥରଖଣ୍ଡକୁ କାଟି ଆଣି ତାହାକୁ ସଜାଡି ଗଢ଼ା ହୋଇଛି ତାରାତାରିଣୀ ମନ୍ଦିର।
ମନ୍ଦିର ନବକଳେବର କାର୍ଯ୍ୟାରମ୍ଭ ବେଳର ଦୃଶ୍ୟ।
ପୁରାତନ ମନ୍ଦିର।
ପୁରାତନ ମନ୍ଦିର।
ପ୍ରସିଦ୍ଧ ମୁକ୍ତେଶ୍ଵର ଢାଞ୍ଚାର ସିଂହ ଦ୍ବାର ପ୍ରବେଶ ପଥ।
ପଥର ସହ ପଥର ଯୋଡ଼ି, ତାରାତାରିଣୀ ପୀଠ ହୋଇଛି ଗଢ଼ି।
ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ଆରଡିସି ଅରୁଣ କୁମାର ପଣ୍ଡା, ସତ୍ୟବ୍ରତ ସାହୁଙ୍କ ସମେତ ତତ୍କାଳୀନ ଜିଲ୍ଲାପାଳ ତଥା ଏବେକାର ୫-ଟି ସଚିବ ଭି.କେ.ପାଣ୍ଡିଆନ ଓ ତାରାତାରିଣୀ ମନ୍ଦିର ଉନ୍ନୟନ କମିଟି କର୍ମକର୍ତ୍ତା ପୀଠର ବିକାଶ ନେଇ ଆଲୋଚନାରତ।
ମୁଖ୍ୟ ମନ୍ଦିର ସମ୍ମୁଖ ଭାଗ। ନଡ଼ିଆ ଭାଙ୍ଗିବା ସହ ଦେବୀଙ୍କ ଉଦ୍ଦେଶ୍ୟରେ ଫୁଲ ଅର୍ପଣ।
ପୂର୍ବତନ ଆରଡିସି ଅରୁଣ କୁମାର ପଣ୍ଡା ପୀଠର ବିକାଶ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନାରତ।
ପୂର୍ବତନ ଆରଡିସି ସତ୍ୟବ୍ରତ ସାହୁ ତଥା ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ମନ୍ଦିର ବିକାଶର ବ୍ଲୁପ୍ରିଣ୍ଟ ଉପରେ ଆଲୋଚନା।
ପୂର୍ବତନ ଆରଡିସି ସତ୍ୟବ୍ରତ ସାହୁଙ୍କ ଉପସ୍ଥିତିରେ ରୋପ୍ଓ୍ବେ ଚଳାଚଳ ଆରମ୍ଭ।
ବିଭିନ୍ନ ଜିଲ୍ଲାପାଳଙ୍କ ସମୟରେ ଆଗକୁ ବଢ଼ି ଚାଲିଥିଲା ମନ୍ଦିର ବିକାଶ କାର୍ଯ୍ୟ।
ପାହାଡ଼ ପାଦଦେଶରୁ ଶୀର୍ଷକୁ ତଥା ମନ୍ଦିର ନିକଟକୁ ମାତ୍ର କିଛି କ୍ଷଣରେ… ରୋପ୍ଓ୍ବେ ସୁବିଧା।
ମନ୍ଦିରର ବିକାଶ ପାଇଁ ଅର୍ଥ ସଂଗ୍ରହ ହେତୁ… ଶ୍ରଦ୍ଧାଳୁ ତଥା ସାଧାରଣ ଜନତାଙ୍କ ଠାରୁ ଦାନ ସଂଗ୍ରହ ନିମନ୍ତେ ସ୍ବତନ୍ତ୍ର ଯାନର ପରିକ୍ରମା ଆରମ୍ଭ ମୁହୂର୍ତ୍ତ। ଭୂମିରେ ବସି ପୂଜା କରୁଛନ୍ତି ତତ୍କାଳୀନ ଆରଡିସି ସତ୍ୟବ୍ରତ ସାହୁ ଓ ତତ୍କାଳୀନ ଜିଲ୍ଲାପାଳ ଭି.କେ.ପାଣ୍ଡିଆନ।
ରୋପ୍ଓ୍ବେ ମଜା ନେଉଛନ୍ତି ପୂର୍ବତନ ଆରଡିସି ଅରୁଣ କୁମାର ପଣ୍ଡା, ତତ୍କାଳୀନ ଆରଡିସି ସତ୍ୟବ୍ରତ ସାହୁ ଓ ତତ୍କାଳୀନ ଜିଲ୍ଲାପାଳ ଭି.କେ.ପାଣ୍ଡିଆନ।
ମନ୍ଦିରର ବିକାଶ ସମ୍ପର୍କିତ ଏକ ବୈଠକରେ ତତ୍କାଳୀନ ଆରଡିସି ସତ୍ୟବ୍ରତ ସାହୁ ଓ ତତ୍କାଳୀନ ଜିଲ୍ଲାପାଳ ଭି.କେ.ପାଣ୍ଡିଆନ।
ପୀଠ ନବକଳେବର ମଡେଲ୍ ସହ ଦାନ ସଂଗ୍ରହ ଯାନର ପରିକ୍ରମା।
ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭ ଅବସରରେ ଭୂମି ପୂଜନ କରୁଛନ୍ତି ତତ୍କାଳୀନ ଜିଲ୍ଲାପାଳ ଭି.କେ.ପାଣ୍ଡିଆନ।
ମୁଖ୍ୟ ମନ୍ଦିର ନିର୍ମାଣ ପରବର୍ତ୍ତୀ ଦୃଶ୍ୟ। ଆଗକୁ ଆହୁରି ଅନେକ କାମ ହେବାର ଥିଲା।
ପ୍ରସିଦ୍ଧ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ ହେବାର ବାଟ ଫିଟିଲା ଯେତେବେଳେ ୫ ଫେବ୍ରୁଆରୀ ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୀଠର ନବୀକରଣ କାର୍ଯ୍ୟକୁ ମଞ୍ଜୁର କଲେ। ଏଥିସହ ସେ ଏହାର ଥ୍ରୀ-ଡି ମଡେଲ୍ ମଧ୍ୟ ଉନ୍ମୋଚନ କରିଥିଲେ।
ପ୍ରସିଦ୍ଧ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ ହେବାର ବାଟ ଫିଟିଲା ଯେତେବେଳେ ୫ ଫେବ୍ରୁଆରୀ ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୀଠର ନବୀକରଣ କାର୍ଯ୍ୟକୁ ମଞ୍ଜୁର କଲେ। ଏଥିସହ ସେ ଏହାର ଥ୍ରୀ-ଡି ମଡେଲ୍ ମଧ୍ୟ ଉନ୍ମୋଚନ କରିଥିଲେ।
ମନ୍ଦିରର ନୂତନ ଓ ଭବ୍ୟ ତଥା ଆକର୍ଷଣୀୟ ପ୍ରବେଶ ଦ୍ବାର।
ମନ୍ଦିରର ନୂତନ ଓ ଭବ୍ୟ ତଥା ଆକର୍ଷଣୀୟ ପ୍ରବେଶ ଦ୍ବାର।
ପୀଠ ଉପରୁ ଦୃଶ୍ୟମାନ ନୀଳ ଆକାଶ ଓ ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୂଲ୍ୟା ନଦୀ।
ଆଗେଇ ଚାଲିଛି ଆହୁରି ଅନେକ ବିକାଶ କାର୍ଯ୍ୟ। କାରିଗର ଦେଉଛି ଶେଷ ସ୍ପର୍ଶ।
ଆଗେଇ ଚାଲିଛି ଆହୁରି ଅନେକ ବିକାଶ କାର୍ଯ୍ୟ। କାରିଗର ଦେଉଛି ଶେଷ ସ୍ପର୍ଶ।
ତାରାତାରିଣୀ ମନ୍ଦିର ଶୀର୍ଷରୁ ବିହଙ୍ଗମ ଦୃଶ୍ୟ। କି ମନଲୋଭା ଏ ପ୍ରାକୃତିକ ଓ ଆଧ୍ୟାତ୍ମିକ ପରିବେଶ।
ଭବ୍ୟ ଏ ମନ୍ଦିର। ଆକର୍ଷଣୀୟ ଏହାର ବାହ୍ୟ ଦୃଶ୍ୟ।
୫ଟି ସଚିବ ଭି.କେ ପାଣ୍ଡିଆନ ମନ୍ଦିର କାର୍ଯ୍ୟ ବୁଲି ଦେଖୁଛନ୍ତି

 

୫ଟି ସଚିବ ଭି.କେ ପାଣ୍ଡିଆନ ଓ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମନ୍ଦିର ବେଢ଼ା କାର୍ଯ୍ୟ ତଦାରଖ କରୁଥିବା ସମୟରେ

 

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ବାରା ପରିଦର୍ଶନ ସହ ପୀଠର ବିକାଶ କାର୍ଯ୍ୟ ସମୀକ୍ଷା। ନିକଟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ଉପସ୍ଥିତ।
କୁମାରୀ ପର୍ବତ ଶିଖରରେ ବିଜେ ମା’ ତାରାତାରିଣୀଙ୍କ ପୀଠ। ଦୂରରୁ ଦେଖିଲେ ବି ଲାଗେ ଆକର୍ଷଣୀୟ, ମନଲୋଭା।
କୁମାରୀ ପର୍ବତ ଶିଖରରେ ବିଜେ ମା’ ତାରାତାରିଣୀଙ୍କ ପୀଠ। ଦୂରରୁ ଦେଖିଲେ ବି ଲାଗେ ଆକର୍ଷଣୀୟ, ମନଲୋଭା।
ଚୈତ୍ର ମଙ୍ଗଳବାର ତିଥିରେ ଆଲୋକ ଓ ପୁଷ୍ପମାଳାରେ ସୁସଜ୍ଜିତ ତାରାତାରିଣୀ ନୂତନ ମନ୍ଦିର।
ଚୈତ୍ର ମଙ୍ଗଳବାର ତିଥିରେ ଆଲୋକ ଓ ପୁଷ୍ପମାଳାରେ ସୁସଜ୍ଜିତ ତାରାତାରିଣୀ ନୂତନ ମନ୍ଦିର।

 

ରୂପାନ୍ତରଣ ତଥା ନବକଳେବର କାର୍ଯ୍ୟ ପାଦେ ପାଦେ ଆଗେଇ ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏହି ପୁରାତନ ମନ୍ଦିରର ନବୀକରଣ ରୂପ ବୁଲି ଦେଖିବା ସାଙ୍ଗକୁ ପୀଠରେ ଉନ୍ନୟନମୂଳକ କାର୍ଯ୍ୟ ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ଭକ୍ତମାନେ ଅଧିକ ସୁବିଧା ସୁଯୋଗ ସହ ସ୍ବଚ୍ଛନ୍ଦରେ ଦେବୀ ଦର୍ଶନ ଓ ଆରାଧନା କରିପାରିବେ।

Chief Minister Naveen PatnaikGanjamNew Look Tara Tarini TempleTara Tarini Temple