ରାଜ୍ୟରେ ଆଉ ୨୨ ଜଣଙ୍କ କୋରୋନାରେ ମୃତ୍ୟୁ | News Room Odisha

ରାଜ୍ୟରେ ଆଉ ୨୨ ଜଣଙ୍କ କୋରୋନାରେ ମୃତ୍ୟୁ

ଭୁବନେଶ୍ୱର- ସଂକ୍ରମଣ କମୁଛି । କିନ୍ତୁ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ରାଜ୍ୟରେ ଆଉ ୨୨ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୮୮୪ରେ ପହଂଚିଛି । ବାଲେଶ୍ୱରରେ ସର୍ବାଧିକ ୮, ସୁନ୍ଦରଗଡରେ ୪, ଗଞ୍ଜାମରେ ୩, ଭୁବନେଶ୍ୱରରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର ଓ ନବରଙ୍ଗପୁରରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।