ଟ୍ରାଏଲ୍‌ ରନ ଶେଷ: ରାଜଧାନୀରେ ଅଗଷ୍ଟରୁ ଚାଲିବ ଇ-ବସ୍‌ : ପ୍ରଥମ ପର୍ଯ୍ୟାୟରେ ଗଡିବ ୧୦ଟି ବସ୍ | News Room Odisha

ଟ୍ରାଏଲ୍‌ ରନ ଶେଷ: ରାଜଧାନୀରେ ଅଗଷ୍ଟରୁ ଚାଲିବ ଇ-ବସ୍‌ : ପ୍ରଥମ ପର୍ଯ୍ୟାୟରେ ଗଡିବ ୧୦ଟି ବସ୍

ଭୁବନେଶ୍ବର – ଗାଡ଼ି ପ୍ରଦୂଷଣ ରୋକିବା ଲାଗି ଅଗଷ୍ଟ ମାସରେ ରାଜଧାନୀରେ ମୋ’ ବସ୍‌ ସେବା‌‌ରେ ଯୋଡ଼ି ହେବ ୧୦ଟି ଇ-ବସ୍‌। ଏଥିପାଇଁ ମାସେ କାଳ ଟ୍ରାଏଲ୍‌ ରନ୍‌ ଚାଲିଥିଲା । ପ୍ରଥମ ପର୍ଯ୍ୟାୟରେ କେବଳ ଭୁବନେଶ୍ବରରେ ଇ-ବସ୍ ଚାଲିବ ।
ମୋ ବସ୍‌ ପରି ଏହି ବସ୍‌ଗୁଡ଼ିକ ସବୁ ବସ୍‌ ଷ୍ଟପ୍‌ରେ ରହିବ । ଯାତ୍ରୀ ନ ଥିଲେ ମଧ୍ୟ ବସ୍‌ ଡ୍ରାଇଭର ଓ ହେଲ୍‌ପର ଗାଡ଼ିରେ ରହିବେ। ଏ ଗାଡ଼ିରେ ଗିୟର ବ୍ୟବସ୍ଥା ନାହିଁ। ଅଟୋମ୍ୟାଟିକ୍‌ ସିଷ୍ଟମରେ ଚାଲିବ ବସ। ଯାତ୍ରୀଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ୪ରୁ ୬ଟି ସିସିଟିଭି ଲଗାଯାଇଛି। ଅନ୍ୟମନସ୍କ ହୋଇ ପାସେଞ୍ଜର ପଡ଼ିବାର ଭୟ ଏଥିରେ ନାହିଁ। ବସ୍‌ ଫାଟକ ଖୋଲା ରହିଥିଲେ ଗାଡ଼ି ଆଗକୁ ବଢ଼ିବ ନାହିଁ। ଗାଡ଼ିର ବେଗ ୬୦ କିମିରୁ ଅଧିକ ହେଲେ ସତର୍କ ସୂଚନା ଦେବ।