ଭୁବନେଶ୍ୱର : ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷାଫଳ । ମୋଟ ପାସ ହାର ରହିଛି ୬୭ ଦଶମିକ ୫୬ ପ୍ରତିଶତ । ଗତବର୍ଷ ପାସ ହାର ୬୫ ଦଶମିକ ୮୯ ପ୍ରତିଶତ ଥିଲା । ପୁଅମାନଙ୍କ ଅପେକ୍ଷା ଝିଅମାନେ ଭଲ କରିଛନ୍ତି । ଝିଅମାନଙ୍କ ମଧରେ ପାସ ହାରି ରହିଛି ୭୫ ଦଶମିକ ୪୮ ପ୍ରତିଶତ । ପୁଅମାନଙ୍କ ମଧ୍ୟରେ ପାସ ହାର ହେଲା ୫୭ ଦଶମିକ ୫୩ ପ୍ରତିଶତ । ଏଥର ମୋଟ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ଏହା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ଅଗଷ୍ଟ ୧୨ରେ ଯୁକ୍ତ ଦୁଇ ବିଜ୍ଞାନ ଓ ସେହିମାସ ୧୯ରେ ଯୁକ୍ତ ଦୁଇ ବାଣିଜ୍ୟ ଫଳ ପ୍ରକାଶ କରିଥିଲା । ବିଜ୍ଞାନରେ ପାସ ହାର ୭୦ ଦଶମିକ ୨୧ ରହିଥିଲା ବେଳେ ବାଣିଜ୍ୟରେ ପାସ୍ ହାର ଥିଲା ୭୪ ଦଶମିକ ୯୫ ପ୍ରତିଶତ ।
ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା। ଏଥିସହ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟ ପ୍ରଶଂସା କରୁଛି। ପରୀକ୍ଷା ଫଳାଫଳ ନିର୍ବିଶେଷରେ ସର୍ବଦା ଆଗକୁ ବଢିବାର ଇଚ୍ଛା ନେଇ ଦୃଢ଼ ଆତ୍ମବିଶ୍ୱାସର ସହ ନିଷ୍ଠାପର ଉଦ୍ୟମ ଜାରି ରଖନ୍ତୁ। ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। pic.twitter.com/8QLd6H9czQ
— Naveen Patnaik (@Naveen_Odisha) September 5, 2020
ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ୨୨ ହଜାର ୧୯୭ ପିଲା, ଦ୍ୱିତୀୟ ଶ୍ରେଣୀରେ ୨୬ ହଜାର ୨୭ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୦୧ ପିଲା ପାସ୍ କରିଛନ୍ତି । ବରଗଡ ଜିଲ୍ଲାରେ ସର୍ବାଧିକ ପାସହାର ରହିଛି । ଜିଲ୍ଲାରୁ ୭୮ ଦଶମିକ ୪୦ ପ୍ରତିଶତ ପାସ ହୋଇଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ୧୨ ଦଶମିକ ୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୫ଟି କଲେଜରେ ୧୦୦ ପ୍ରତିଶତ ପିଲା ପାସ କରିଥିବା ବେଳେ ୧୦ଟି ଅନୁଷ୍ଠାନରେ କେହି ବି ପାସ କରିନାହାନ୍ତି । ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ପରୀକ୍ଷା ଫଳାଫଳ ନିବି ର୍ଶେଷରେ ସବ ର୍ଦା ଆଗକୁ ବଢିବାର ଇଚ୍ଛା ନେଇ ଦୃଢ ଆତ୍ମବିଶ୍ୱାସର ସହ ନିଷ୍ଠାପର ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ନବୀନ ।