ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖ୍ୟା ୮୭ ହଜାର ପାର, ଆଉ ୩ ହଜାର ୨୮୭ ଲୋକ କୋରୋନା ମୁକ୍ତ, ଖୋର୍ଧାରୁ ସର୍ବାଧିକ ୫୧୧ ଓ ଗଂଜାମରୁ ୩୬୮ | News Room Odisha

ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖ୍ୟା ୮୭ ହଜାର ପାର, ଆଉ ୩ ହଜାର ୨୮୭ ଲୋକ କୋରୋନା ମୁକ୍ତ, ଖୋର୍ଧାରୁ ସର୍ବାଧିକ ୫୧୧ ଓ ଗଂଜାମରୁ ୩୬୮

ଭୁବନେଶ୍ୱର – ରାଜ୍ୟରେ ଗୁରୁବାର ସୁସ୍ଥ ହୋଇଛନ୍ତି ୩ ହଜାର ୨୮୭ କୋରୋନା ଆକ୍ରାନ୍ତ । ଫଳର ସୁସ୍ଥଙ୍କ ସଂଖ୍ୟା ୮୭ ହଜାର ୩୫୧ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫୧୧, ଗଂଜାମରୁ ୩୬୮, କଟକରୁ ୨୩୦, ଯଜପୁରରୁ ୧୯୫, ରାୟଗଡାରୁ ୧୮୭, ବରଗଡରୁ ୧୮୫ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୧୨୪, ପୁରୀରୁ ୧୨୨ , ନୟାଗଡରୁ ୧୨୧, ମୟୂରଭଂଜରୁ ୧୧୭ ଓ ମାଲକାନଗିରରୁ ୧୧୭, କୋରାପୁଟ ଜିଲ୍ଲାରୁ ୧୦୭ ଓ ସୁନ୍ଦରଗଡ ଜିଲ୍ଲାରୁ ୧୦୪ ସୁସ୍ଥ ହୋଇଛନ୍ତି ।