ରାଜ୍ୟରେ ଆଉ ୨ହଜାର ୫୧୯ ବ୍ୟକ୍ତି କୋରୋନା ମୁକ୍ତ, ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୭୩ ହଜାର ୨୩୩କୁ ବୃଦ୍ଧି | News Room Odisha

ରାଜ୍ୟରେ ଆଉ ୨ହଜାର ୫୧୯ ବ୍ୟକ୍ତି କୋରୋନା ମୁକ୍ତ, ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୭୩ ହଜାର ୨୩୩କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ରବିବାର ୨ ହଜାର ୫୧୯ ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୩ ହଜାର ୨୩୩କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୁସ୍ଥ ତାଲିକା ଅନୁସାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪୧୯ ଜଣ ସୁସ୍ଥ ହୋଇଥିବା ବେଳେ ଗଂଜାମ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୨୧୬ ଜଣ ରୋଗୀ । ପୁରୀରୁ ୨୧୦, ରାୟଗଡାରୁ ୨୦୫, କୋରାପୁଟରୁ ୧୬୯ ଓ ମୟୂରଭଂଜରୁ ୧୫୦ ରୋଗୀ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୧୨୯ ଓ ବାଲେଶ୍ୱରରୁ ୧୦୦ ରୋଗୀ କୋରୋନା ମୁକ୍ତ ହୋଇଛନ୍ତି । ନାଗଡରୁ ୯୫, ସମ୍ବଲପୁରରୁ ୮୫ ଓ ମାଲକାନଗିରରୁ ୮୪ ଜଣ ହୋଇଛନ୍ତି କୋରୋନା ମୁକ୍ତ ।

COVID-19