ମାଟ୍ରିକ ପରୀକ୍ଷା ସୂଚୀ : ଏପ୍ରିଲରୁ ୨୯ରୁ ମେ ୭ ଯାଏ ହେବ ପରୀକ୍ଷା | News Room Odisha

ମାଟ୍ରିକ ପରୀକ୍ଷା ସୂଚୀ : ଏପ୍ରିଲରୁ ୨୯ରୁ ମେ ୭ ଯାଏ ହେବ ପରୀକ୍ଷା

କଟକ- ଆସନ୍ତା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ ଦଶମ ଛାତ୍ରଛାତ୍ରୀଙ୍କ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା । ଏହାକୁ ନେଇ ମାଧ୍ୟାମିକ ଶିକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ପରୀକ୍ଷା ସୂଚୀ ସମ୍ପର୍କରେ ଅବଗତ କରାଇଛନ୍ତି ।

ଏଥର ୪ଟି ସେଟର ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିବା ବେଳେ ମୋଟ ୮୦ ମାର୍କର ପରୀକ୍ଷା ହେବ । ୫୦ ମାର୍କ ସବଜେକ୍ଟିଭ ଓ ୩୦ ମାର୍କ ଅବଜେକ୍ଟିଭ ରହିବ । ଚଳିତ ବର୍ଷ ନୂଆ ଢାଞ୍ଚାରେ ହେଵ ମାଟ୍ରିକ ପରୀକ୍ଷା । ସମ୍ମେଟିଭ-୧ ଓ ସମ୍ମେଟିଭ-୨ ଏଭଳି ଦୁଇଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି । ସମ୍ମେଟିଭ-୧ ପରୀକ୍ଷା ଶେଷ ହୋଇଥିବା ବେଳେ ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ ସମ୍ମେଟିଭ-୨ ପରୀକ୍ଷା । ଏହି ପରୀକ୍ଷା ଯଥାସମ୍ଭବ ନିଜ ସ୍କୁଲରେ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସମ୍ମେଟିଭ ୨ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ପ୍ରତ୍ୟେକ ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ପରୀକ୍ଷା ପାଇଁ ୨ ଘଣ୍ଟାର ସମୟ ସୀମା ରହିବ। କେବଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଦିଆଯିବ । ୮୦ ମାର୍କ ମଧ୍ୟରୁ ୫୦ ମାର୍କ ମଲ୍ଟିପଲ ଚଏସ ଓ ୩୦ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ। ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି। କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା । ଟିଏଲଭି ଓ ଭିଜୁଆଲ ଆର୍ଟସ ଛଡା ସମସ୍ତ ପରୀକ୍ଷା ୮୦ ମାର୍କର ହେବ ।