ଜାତୀୟ ସିନିୟର ମହିଳା ହକି: ଓଡ଼ିଶା ଚାମ୍ପିୟନ | News Room Odisha

ଜାତୀୟ ସିନିୟର ମହିଳା ହକି: ଓଡ଼ିଶା ଚାମ୍ପିୟନ

ଭୋପାଳ: ଏକ ରୋମାଞ୍ଚକର ଫାଇନାଲରେ କର୍ଣ୍ଣାଟକକୁ ୨-୦ ଗୋଲରେ ପରାସ୍ତ କରି ଓଡ଼ିଶା ମଙ୍ଗଳବାର ୧୨ ତମ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନସିପ ଜିତିଛି | ଓଡ଼ିଶା ପ୍ରଥମ ଥର ପାଇଁ ଜାତୀୟ ସିନିୟର୍ ମହିଳା ହକି ଟାଇଟଲ୍ ଜିତିଛି ।

ଓଡିଶା ପାଇଁ ୩୪ ତମ ମିନିଟରେ ପୁନମ ବାର୍ଲା ଏବଂ ୫୯ତମ ମିନିଟରେ ଆଶିମ କାଞ୍ଚନ ବାର୍ଲା ଗୋଲ ସ୍କୋର କରିଥିଲେ।

ଉଭୟ ଦଳ ଆରମ୍ଭରେ ଆକ୍ରମଣାତ୍ମକ ପ୍ରଦର୍ଶନ ସହ ଅନେକ ସୁଯୋଗ ସୃଷ୍ଟି କରିଥିଲେ | ଉଭୟଙ୍କ ରକ୍ଷଣ ମଧ୍ୟ ଉତ୍ତମ ଥିଲା, ଯେଉଁଥିପାଇଁ ହାଫ୍ ଟାଇମ୍ ପର୍ଯ୍ୟନ୍ତ କୌଣସି ଗୋଲ୍ ହୋଇପାରିନଥିଲା ।

ତୃତୀୟ କ୍ୱାର୍ଟରରେ ପ୍ରଥମ ଗୋଲ ସ୍କୋର କରି ପୁନମ୍ ଓଡିଶାକୁ ଅଗ୍ରଣୀ କରାଇଥିଲେ। ଏହା ପରେ ଆଶିମ୍ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ।

ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ମ୍ୟାଚରେ ଝାଡଖଣ୍ଡ ହରିୟାଣାକୁ ୩-୨ରେ ପରାସ୍ତ କରିଛି। ଝାଡ଼ଖଣ୍ଡ ପାଇଁ ଦୀପ୍ତି ଟପ୍ପୋ (୨୮ ତମ), ଅଲବେଲା ରାନୀ ଟପ୍ପୋ (୪୦ ତମ) ଏବଂ ବେଟନ୍ ଡୁଙ୍ଗଡୁଙ୍ଗ (୪୩ ତମ) ଗୋଲ ସ୍କୋର କରିଥିଲେ। ହରିୟାଣା ପାଇଁ ୫୫ତମ ମିନିଟରେ ଅମନଦୀପ କୌର ଏବଂ ୫୬ତମ ମିନିଟରେ ଭାରତୀ ସରୋହା ଗୋଲ ଦେଇଥିଲେ।