କୋରୋନା ବିରୋଧୀ ଲଢେଇରେ ସଫଳତା, ମୃତ୍ୟୁ ହାର କମ୍ ଥିବା ପ୍ରଥମ ତିନିଟି ରାଜ୍ୟ ମଧ୍ୟରେ ଓଡିଶା | News Room Odisha

କୋରୋନା ବିରୋଧୀ ଲଢେଇରେ ସଫଳତା, ମୃତ୍ୟୁ ହାର କମ୍ ଥିବା ପ୍ରଥମ ତିନିଟି ରାଜ୍ୟ ମଧ୍ୟରେ ଓଡିଶା

ଭୁବନେଶ୍ୱର – ଦେଶରେ କୋରୋନା ମୃତ୍ୟୁ ହାର ଖୁବ୍ କମ ଥିବା ପ୍ରଥମ ତିନିଟି ରାଜ୍ୟ ମଧ୍ୟରେ ସାମିଲ ଅଛି ଓଡିଶା । ଆସାମ ଓ କେରଳ ପରେ ଓଡିଶା ତୃତୀୟ ସ୍ଥାନରେ ରହିଛି ।  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛିା ଏହି ତିନି ରାଜ୍ୟରେ କୋରୋନା ମୃତ୍ୟୁ ହାର ଜାତୀୟ ହାର ତୁଳନାରେ ବେଶ୍ କମ ରହିଛି ।

କେସ ଫାଟାଲିଟି ରେଟ୍ –ସିଏଫଆର ଜାତୀୟ ସ୍ତରରେ ୧ ଦଶମିକ ୭୦ ପ୍ରତିଶତ ଥିବା ବେଳେ ଓଡିଶାର ଆହୁରି କମ୍ ରହିଛି । ଓଡିଶାର ସିଏଫଆର୍ ହେଉଛି  ଶୂନ ଦଶମିକ ୪୩ ପ୍ରତିଶତ । ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  କମ୍ ସିଏଫଆର୍ କୋରୋନୀ ବିରୋଧୀ ଲଢେଇରେ ଉଲ୍ଲେଖନୀୟ ପ୍ରଗତିକୁ ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍ କରିଛି ।

COVID-19