ଦିନିକିଆ କୋରୋନା ସୁସ୍ଥତା ସଂଖ୍ୟାରେ ରେକର୍ଡ, ଦିନକରେ ସୁସ୍ଥ ହେଲେ ସର୍ବାଧିକ ୪ ହଜାର ୧୨୧ ଆକ୍ରାନ୍ତ | News Room Odisha

ଦିନିକିଆ କୋରୋନା ସୁସ୍ଥତା ସଂଖ୍ୟାରେ ରେକର୍ଡ, ଦିନକରେ ସୁସ୍ଥ ହେଲେ ସର୍ବାଧିକ ୪ ହଜାର ୧୨୧ ଆକ୍ରାନ୍ତ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସୁସ୍ଥତାରେ ଦିନିକିଆ ରେକର୍ଡ । ଦିନକରେ ରାଜ୍ୟରେ ରେକର୍ଡସଂଖ୍ୟକ ୪ ହଜାର ୧୨୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ଏ ଯାଏଁ ମୋଟ ୧ ଲକ୍ଷ ୨୯ ହଜାର ୮୫୯ ରୋଗୀ କୋରୋନାକୁ ମାତ୍ ଦେଇ ସାରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭୫୨, କଟକରୁ ୪୪୦, ପୁରୀରୁ ୨୫୭, ଯାଜପୁରରୁ ୨୭୨, ନୂଆପଡାରୁ ୨୬୮ , ଅନୁଗୁଳରୁ ୧୮୭, ବରଗଡରୁ ୧୮୧, ଢେଙ୍କାନାଳରୁ ୧୫୦, ମୟୂରଭଂଜରୁ ୧୨୬, ସୋନପୁରରୁ ୧୨୨, କୋରାପୁଟରୁ ୧୧୯, ବାଲେଶ୍ୱର ଓ ବଲାଙ୍ଗିରରୁ ୧୦୮ ଲେଖାଏଁ ଓ ଗଂଜାମ ଜିଲ୍ଲାରୁ ୧୦୩ ସୁସ୍ଥ ହୋଇଛନ୍ତି ।