ରାଜ୍ୟରେ ଆଜିଠାରୁ ପୁଣି ବଢିବ ଶୀତ | News Room Odisha

ରାଜ୍ୟରେ ଆଜିଠାରୁ ପୁଣି ବଢିବ ଶୀତ

ଭୁବନେଶ୍ବର – କିଛି ଦିନର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ପୁଣି ଶୀତ ବଢ଼ିବା ସମ୍ଭାବନା ରହିଛି । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ । ଦିନରେ ପାଗ ଖରାଟିଆ ଓ ଶୁଖିଲା ରହିବା ବେଳେ ରାତିରେ ଥଣ୍ଡା ବଢ଼ିବ ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ଥିଲା । ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୧ ଦଶମିକ ୫ ଡିଗ୍ରୀ ରହିଥିବାବେଳେ କେନ୍ଦୁଝରରେ ୧୩ ଦଶମିକ ୧୮ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ୮ ତାରିଖ ପରଠାରୁ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରାଯାଇଛି।
ଅନୁଗୋଳ, ବୌଦ୍ଧ ବଲାଙ୍ଗୀର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ରାତି ତାପମାତ୍ରା କମିବା ସହ କୁହୁଡ଼ି ବୃଦ୍ଧି ପାଇବ ।

ଦକ୍ଷିଣ ଉପକୂଳ ଜିଲ୍ଲାରେ ଆଜିଠାରୁ ୫ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ୧ରୁ ୧.୫ ଡିଗ୍ରୀ, ଉତ୍ତର ଉପକୂଳ ଓ ଆଭ୍ୟନ୍ତର ଉତ୍ତରରେ ୩ରୁ ୬ତାରିଖ ମଧ୍ୟରେ ୨ ଡିଗ୍ରୀ ଓ ଦକ୍ଷିଣ ଆଭ୍ୟନ୍ତର, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୩ରୁ ୭ତାରିଖ ଭିତରେ ରାତି ତାପମାତ୍ରା ୪ରୁ ୫ଡିଗ୍ରୀ କମିପାରେ ।