ବଜେଟରେ କୃଷି ପାଇଁ ୨୪ ହଜାର ୮୨୯ କୋଟି ଟଙ୍କାର ବ୍ୟୟବରାଦ, ମହିଳା ଏସଏଚଜିଙ୍କୁ ମିଳିବ ପ୍ରୋତ୍ସାହନ | News Room Odisha

ବଜେଟରେ କୃଷି ପାଇଁ ୨୪ ହଜାର ୮୨୯ କୋଟି ଟଙ୍କାର ବ୍ୟୟବରାଦ, ମହିଳା ଏସଏଚଜିଙ୍କୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର – ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ୨୦୨୩-୨୪ ଆର୍ଥିକ ବର୍ଷର ରାଜ୍ୟ ବଜେଟରେ କୃଷି ପାଇଁ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଛି । ଧାନ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟିର ରିଭଲିଂ ଫଣ୍ଡ ବ୍ୟବସ୍ଥା କରାଯାଇଛି।

କାଳିଆ ସହାୟତା ପାଇଁ ୧୮୭୯ କୋଟି ଏବଂ ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟରେ ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟିର ବ୍ୟୟବରାଦ ହୋଇଛି । କୃଷି କ୍ଷେତ୍ରରେ ମହିଳା ଏସଜିଙ୍କୁ ପ୍ରୋତ୍ସାହନ କରାଯିବ । ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବ୍ୟୟବରାଦ ସ୍ୱରୂପ ୫ ବର୍ଷରେ ୫ ବର୍ଷ ପାଇଁ ୩୬୭ କୋଟି ଦିଆଯିବ ।

ଛତୁ ମିଶନ ଓ ଫୁଲ ଚାଷ ମିଶନ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ନଦୀ ଉପରେ ଏ ବର୍ଷ ଆଉ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ହେବ । ଏହି ପ୍ରକଳ୍ପ ପାଇଁ ୮୫୪ କୋଟି ବ୍ୟୟବରାଦ ହୋଇଛି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟି , ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି, ଅଚଳ ଉଠା ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।