ବିନିଯୋଗ ପ୍ରୋତ୍ସାହନ ଏଜେନ୍ସି ରେଟିଂରେ ଓଡିଶାର ଇପିକଲ୍ ଶ୍ରେଷ୍ଠ | News Room Odisha

ବିନିଯୋଗ ପ୍ରୋତ୍ସାହନ ଏଜେନ୍ସି ରେଟିଂରେ ଓଡିଶାର ଇପିକଲ୍ ଶ୍ରେଷ୍ଠ

ଭୁବନେଶ୍ୱର- ବିନିଯୋଗ ପ୍ରୋତ୍ସାହନ ଏଜେନ୍ସି-ଆପିଏର ରେଟିଂ ବା ମାନ୍ୟତା ତାଲିକା ପ୍ରକାଶ ପାଇଛି । ଓଡିଶାର ଇପିକଲକୁ ଭାରତର ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ର ମାନ୍ୟତା ମିଳିଛି । ବିଶ୍ୱବ୍ୟାଙ୍କ ସହଭାଗିତାରେ ଇନଭେଷ୍ଟ ଇଣ୍ଡିଆ ଏହି ମାନ୍ୟତା ତାଲିକା ଆଣିଛି । ରାଜ୍ୟ ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ସଂସ୍ଥା-ଆଇପିଆଇସିଓଏଲ୍ ବା ଇପିକଲକୁ ଏଥିରେ ୯୮ ପ୍ରତିଶତ ନମ୍ବର ମିଳିଛି । ଦେଶର ଅନ୍ୟ ୨୦ଟି ଆଇପିଏକୁ ପଛରେ ପକାଇ ଶ୍ରେଷ୍ଠ ସ୍ଥାନ ହାସଲ କରିଛି ଇପିକଲ୍ । ସଂଗଠନ, ରଣନୀତି, ମାର୍କେଟିଂ ଆଦି ୮ଟି କ୍ଷେତ୍ରରେ ହୋଇଥିଲା ସର୍ଭେ । ନିବେଶକଙ୍କୁ ଆକୃଷ୍ଟ କରିବା, ସୁୁଗମ ନିବେଶ ଓ ଭିତିଭୂମି ବି ଇପିକଲ ଆଗରେ ରହିଛି ।

Investment Promotion Agency ratingOdisha's Ipicol