ରାଜ୍ୟ ସରକାରଙ୍କ ଆଇଏଲଏମଏସ୍ ଓ କୋଭିଡ ଡାସବୋର୍ଡକୁ ସମ୍ମାନଜନକ ଟେକ୍ ସଭା ସମ୍ମାନ | News Room Odisha

ରାଜ୍ୟ ସରକାରଙ୍କ ଆଇଏଲଏମଏସ୍ ଓ କୋଭିଡ ଡାସବୋର୍ଡକୁ ସମ୍ମାନଜନକ ଟେକ୍ ସଭା ସମ୍ମାନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ମିଳିଛି ଦୁଇଟି ଟେକ୍‌ସଭା ପୁରସ୍କାର । ରାଜ୍ୟ ସରକାରଙ୍କ ଇଂଟିଗ୍ରେଟେଡ୍ ଲିଗାଲ ମନିଟରିଂ ସିଷ୍ଟମ -ଆଇଏଲଏମଏସ ଓ କୋଭିଡ ଡାସବୋର୍ଡକୁ ମିଳିଛି ଏହି ସମ୍ମାନଜନକ ପୁରସ୍କାର ।

ଆଇଏଲଏମଏସ୍ ଏଂଟରପ୍ରାଇଜ୍ ଶ୍ରେଣୀରେ ପୁରସ୍କାର ହାସଲ କରିଥିବା ବେଳେ କୋଭିଡ୍ ଡାସବୋର୍ଡ ଆନାଲିଟିକ୍ସ ଓ ଡାଟା ଆପ୍ଲିକେସନରେ ଉତ୍କର୍ଷତା ପାଇଁ ଟେକସଭା ସମ୍ମାନ ମିଳିଛି । ରାଜ୍ୟ ସରକାରଙ୍କ ବିରୋଧରେ ପଡିରହିଥିବା ମାମଲାଗୁଡିକର ଶୀଘ୍ର ଶୁଣାଣି ପାଇଁ ପଦକ୍ଷେପ ନେବା ସହ ସଂଖ୍ୟା ହ୍ରାସ କରିବାରେ ଆଇଏଲଏମଏସ ସଫଳ ହୋଇଛି ।

ଏହା ଦ୍ୱାରା ସରକାରଙ୍କ ପ୍ରାଶାସନିକ ସ୍ୱଚ୍ଛତା ପରିଲକ୍ଷିତ ହୋଇଛି । ଅନ୍ୟପଟେ କୋଭିଡ ମହାମାରୀ ବିରୋଧୀ ଲଢେଇରେ ସଠିକ ସୂଚନା ବିତରଣ ଓ ସକ୍ରିୟ ନିଷ୍ପତି ନେବାରେ ରାଜ୍ୟ ଡାସ୍ ବୋର୍ଡ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି

CM Naveen Patnaik