କ୍ରମାଗତ ତୃତୀୟ ଦିନ ବଢ଼ିଲା ତୈଳ ଦର | News Room Odisha

କ୍ରମାଗତ ତୃତୀୟ ଦିନ ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଦିନ ଦର ବୃଦ୍ଧି ସହ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚଛି। ଆଜି ପେଟ୍ରୋଲ ଏବଂ ଡିଜେଲର ଦର ୩୫-୩୫ ପଇସା ବୃଦ୍ଧି କରାଯାଇଛି। ଏହା ପରେ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୧୦୫.୪୯ ଏବଂ ମୁମ୍ବାଇରେ ୧୧୧.୪୩ ଟଙ୍କାରେ ପହଞ୍ଚିଛି।

ଦେଶର ଅଧିକାଂଶ ଅଞ୍ଚଳରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୦ ରୁ ଅଧିକ ଥିବାବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ ଏବଂ ବିହାର ସମେତ ଏକ ଡଜନରେ ଡିଜେଲ ଦର ୧୦୦ ଅତିକ୍ରମ କରାଯାଇଛି | ସ୍ଥାନୀୟ ଟିକସ ଏବଂ ମାଲଭଡା ଅନୁସାରେ ବିଭିନ୍ନ ରାଜ୍ୟ ମଧ୍ୟରେ ତୈଳ ଦର ଭିନ୍ନ ହୋଇଥାଏ |