ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ବ ତେଲ ବଜାରରେ ନିଆଁ, ୧୪ ବର୍ଷର ରେକର୍ଡ଼ ଭାଙ୍ଗିଲା | News Room Odisha

ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ବ ତେଲ ବଜାରରେ ନିଆଁ, ୧୪ ବର୍ଷର ରେକର୍ଡ଼ ଭାଙ୍ଗିଲା

ମସ୍କୋ: ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ବ ତେଲ ବଜାରରେ ନିଆଁ ଲାଗିଛି । ଅଶୋଧିତ ତୈଳ ଦର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଇରାନର ଅଶୋଧିତ ତୈଳ ବିଶ୍ୱ ବଜାରରେ ଉପଲବ୍ଧ ହେଉନଥିବାରୁ ୨୦୦୮ ମସିହା ପରେ ତେଲ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସେପଟେ ଆମେରିକା ଏବଂ ଏହାର ୟୁରୋପୀୟ ସହଯୋଗୀ ରୁଷରୁ ତୈଳ ଆମଦାନୀ ଉପରେ କଟକଣା ଲଗାଇବାକୁ ଚିନ୍ତା କରୁଛନ୍ତି | ରବିବାର କାରବାରର ପ୍ରଥମ କିଛି ମିନିଟରେ ଉଭୟ ବେଞ୍ଚମାର୍କ ଜୁଲାଇ ୨୦୦୮ ଠାରୁ ସର୍ବୋଚ୍ଚ ସ୍ତରକୁ ଛୁଇଁଥିଲା । ଅଶୋଧିତ ତୈଳ ବ୍ରେଣ୍ଟରେ $ ୧୩୯.୧୩ ଏବଂ ଡବ୍ଲୁଟିଆଇରେ $ ୧୩୦.୫୦ରେ ପହଞ୍ଚିଥିଲା ।

ଇରାନର ୨୦୧୫ ପରମାଣୁ ଚୁକ୍ତିକୁ ପୁଣି କାର୍ଯ୍ୟକାରୀ କରିବା ପାଇଁ ବିଶ୍ବର କ୍ଷମତାଶାଳୀ ଦେଶମାନଙ୍କ ସହିତ କଥାବାର୍ତ୍ତା ରବିବାର ଅନିଶ୍ଚିତତା ମଧ୍ୟରେ ଫସି ଯାଇଥିଲା | ଆମେରିକା ଠାରୁ ଗ୍ୟାରେଣ୍ଟି ଦାବି କରିବା ପରେ ୟୁକ୍ରେନ
ସଂଘର୍ଷ ନେଇ ରୁଷ୍ କଟକଣାର ସାମ୍ନା କରୁଛି। ତେହେରାନ ସହିତ ତା’ର ବ୍ୟାବସାୟିକ କାରବାରରେ କୌଣସି କ୍ଷତି ଘଟୁ ବୋଲି ରୁଷ ଚାହୁଁନାହିଁ। ସୂଚନାନୁସାରେ ଚୀନ୍ ମଧ୍ୟ ନୂଆ ଦାବି ଉଠାଇଛି।

ରୁଷର ଦାବିକୁ ଜବାବ ଦେଇ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ ଉପରେ ଲାଗିଥିବା ପ୍ରତିବନ୍ଧକର ଇରାନ ସହ ସମ୍ଭାବ୍ୟ ଆଣବିକ ଚୁକ୍ତି ସହ କୌଣସି ସମ୍ପର୍କ ନାହିଁ। ଗତକାଲି ସନ୍ଧ୍ୟା ୬:୫୦ ସୁଦ୍ଧା ବ୍ରେଣ୍ଟ ବ୍ୟାରେଲ ପିଛା ୧୧.୬୭ ଡଲାର କିମ୍ବା ୯.୯% ବୃଦ୍ଧି ପାଇ ୧୨୯.୭୮ ଡଲାରରେ ପହଞ୍ଚିଛି। ଅନ୍ୟପଟେ ଆମେରିକାର ପଶ୍ଚିମ ଟେକ୍ସାସ୍ ମଧ୍ୟବର୍ତ୍ତୀ (ଡବ୍ଲ୍ୟୁଟିଆଇ) ଅଶୋଧିତ ମୂଲ୍ୟ ୧୦.୮୩ ବା ୯.୪% ବୃଦ୍ଧି ପାଇ ୧୨୬.୫୧ ଡଲାରରେ ପହଞ୍ଚିଛି |