ଆସନ୍ତାମାସ ୬ ତାରିଖରୁ ଆରମ୍ଭ ହେବ ଓଜେଇଇ | News Room Odisha

ଆସନ୍ତାମାସ ୬ ତାରିଖରୁ ଆରମ୍ଭ ହେବ ଓଜେଇଇ

ଭୁବନେଶ୍ୱର – ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା –ଓଜେଇଇ ଆସନ୍ତାମାସ ୬ ତାରିଖରୁ ଆରମ୍ଭ ହେବ । ପରୀକ୍ଷା ୧୮ ତାରିଖ ଯାଏଁ ଚାଲିବ । ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ବା ସିବିଟି ଜରିଆରେ ସବୁ ବିଷୟରେ ପରୀକ୍ଷା ହେବ । କିନ୍ତୁ ଗଣେଶ ପୂଜା ଓ ନିଟ୍ ପାଇଁ ଓଜେଇଇ ପରୀକ୍ଷା ହେବ ନାହିଁ । ୩ଟି ଲେଖାଏଁ ସିଫ୍ଟରେ ପରୀକ୍ଷା ହେବ ।
ଓଜେଇଇ ପରୀକ୍ଷା ଗତ ଜୁନ ମାସରେ ହେବାର ଥିଲା । କିନ୍ତୁ ରାଜ୍ୟରେ କୋଭିଡ ସ୍ଥିତି ଭଲନ ଥିବା ଯୋଗୁଁ ପରୀକ୍ଷା ସ୍ଥଗିତ କରାଯାଇଥିଲା ।