ନୌସେନାର ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ | News Room Odisha

ନୌସେନାର ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

କୋଚି: କୋଚିର ନୌସେନାର ଏୟାରବେସ ଗରୁଡ଼ ରନୱେରେ ଏକ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ନୌସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଏକ ଟ୍ରେନିଂ ବିମାନ ଥିଲା। ଉଡ଼ାଣ ଭରିବାର କିଛି ସମୟ ପରେ ଏହା କ୍ରାସ୍ ହୋଇଯାଇଥିଲା । ଅପରାହ୍ନ ପ୍ରାୟ ୨.୩୦ରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ନୌସେନା ଯବାନ ଯୋଗେନ୍ଦ୍ର ସିଂଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏହି ନୈସେନା ଏୟାରବେସ୍ କୋଚି ନିକଟ ୱିଲମିଙ୍ଗଟନ୍ ଦ୍ୱୀପରେ ଅବସ୍ଥିତ |