ମହାନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ମୃତ, ଦୁଇ ନିଖୋଜ | News Room Odisha

ମହାନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ମୃତ, ଦୁଇ ନିଖୋଜ

କଟକ: ମହାନଦୀ ଯୋବ୍ରା ନିକଟରେ ଅଘଟଣ । ଗାଧୋଇବା ବେଳେ ତିନି ଜଣ ଯୁବକ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଜଣେ ଯୁବକଙ୍କ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଯୁବକ ଏବେ ବି ନିଖୋଜ ଅଛନ୍ତି । ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସହାୟତାରେ ନିଖୋଜ ଦୁଇ ଯୁବକଙ୍କ ସନ୍ଧାନ କାର୍ଯ୍ୟ ଚାଲିଛି ।