ମୋର୍ବି ଝୁଲାପୋଲ ଭୁଶୁଡ଼ିବା ମାମଲା: ଓରେଭା ଗ୍ରୁ୍ପ୍ ଏମଡିଙ୍କ ଆତ୍ମସମର୍ପଣ | News Room Odisha

ମୋର୍ବି ଝୁଲାପୋଲ ଭୁଶୁଡ଼ିବା ମାମଲା: ଓରେଭା ଗ୍ରୁ୍ପ୍ ଏମଡିଙ୍କ ଆତ୍ମସମର୍ପଣ

ମୋର୍ବି: ଗୁଜରାଟର ମୋର୍ବି ଝୁଲାପୋଲ ଭୁଶୁଡ଼ିବା ମାମଲାରେ ଓରେଭା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଜୟସୁଖ ପଟେଲ ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାରେ ଜାନୁଆରୀ ୨୭ରେ ପୋଲିସ ଦାଖଲ କରିଥିବା ଚାର୍ଜସିଟରେ ପଟେଲଙ୍କୁ ଜଣେ ଅଭିଯୁକ୍ତ ଭାବେ ନାମିତ କରାଯାଇଥିଲା। ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିବା ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି। ମାଖୁ ନଦୀ ଉପରେ ବ୍ରିଟିଶ ଅମଳର ଝୁଲାପୋଲର ମରାମତି ତଥା ରକ୍ଷଣାବେକ୍ଷଣ ଦାୟିତ୍ବ ଅଜନ୍ତା ମାନ୍ୟୁଫାକଚରିଂ ଲିମିଟେଡ୍ (ଓରେଭା ଗ୍ରୁପ୍) ନେଇଥିଲା । ମରାମତିର କିଛି ଦିନ ପରେ ପୋଲଟି ଗତ ବର୍ଷ ଅକ୍ଟୋବର ୩୦ରେ ଭାଙ୍ଗି ଯାଇଥିଲା । ଏହି ଘଟଣାରେ ୧୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।