ପଞ୍ଜାବ: ମାର୍ଚ୍ଚ ୧୬ରେ କେବଳ ଭଗଓ୍ବନ୍ତ ମାନ ନେବେ ଶପଥ | News Room Odisha

ପଞ୍ଜାବ: ମାର୍ଚ୍ଚ ୧୬ରେ କେବଳ ଭଗଓ୍ବନ୍ତ ମାନ ନେବେ ଶପଥ

ଚଣ୍ଡିଗଡ଼: ଆସନ୍ତା ମାର୍ଚ୍ଚ ୧୬ରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଆମ୍ ଆଦମୀ ପାର୍ଟି ନେତା ଭଗଓ୍ବନ୍ତ ମାନ ଶପଥ ଗ୍ରହଣ କରିବେ। ସେହି ଦିନ କେବଳ ମାନ ହିଁ ଶପଥ ନେବେ ।

ମାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପୈତୃକ ଗାଁ ଖଟକର କଲାନରେ ଶପଥ ନେବେ। ପରେ ଭଗଓ୍ବନ୍ତ ମାନଙ୍କର ମନ୍ତ୍ରୀମଣ୍ଡଳ ପାଇଁ ୧୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଭଗଓ୍ବନ୍ତ ମାନଙ୍କର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଆଜି ଅରବିନ୍ଦ କେଜ୍ରିୱାଲ ଓ ଭଗଓ୍ବନ୍ତ ମାନ ଆପର ବିପୁଳ ବିଜୟ ନେଇ ଅମୃତସରର ଏକ ରୋଡ୍ ଶୋ’ କରିଛନ୍ତି। ରୋଡ୍ ଶୋ’ ପୂର୍ବରୁ ଜଲିଆନୱାଲା ବାଗ୍ ଯାଇ ଉଭୟ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜାଲିଆନୱାଲା ବାଗ ପୂର୍ବରୁ ଦୁହେଁ ସ୍ବର୍ଣ୍ଣ ମନ୍ଦିର ଯାଇଥିଲେ।