ଅତ୍ୟାବଶ୍ୟକ ଔଷଧ ଉପରେ ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବିରୋଧୀଙ୍କ ଦାବି | News Room Odisha

ଅତ୍ୟାବଶ୍ୟକ ଔଷଧ ଉପରେ ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବିରୋଧୀଙ୍କ ଦାବି

ନୂଆଦିଲ୍ଲୀ : ଶୁକ୍ରବାର ଦିନ ରାଜ୍ୟସଭାର ବିରୋଧୀ ୮୦୦ ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । ପୂର୍ବରୁ ହିଁ ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଥିବା ସାଧାରଣ ଜନତାଙ୍କ ଉପରେ ସରକାର ଏକ ବଡ଼ ବୋଝ ଲଦି ଦେଇଛନ୍ତି ବୋଲି ସେମାନେ କହିଛନ୍ତି। ଔଷଧ ମୂଲ୍ୟ ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରି ବିରୋଧୀ ଦଳ ସଦସ୍ୟମାନେ କହିଛନ୍ତି ଯେ ଦରବୃଦ୍ଧିର ଯନ୍ତ୍ରଣା ପାଇଁ ମଧ୍ୟ ଔଷଧ ବାହାର କରନ୍ତୁ ସରକାର ।

ଶୂନ୍ୟକାଳରେ ଉପର ଗୃହରେ ଏହି ପ୍ରସଙ୍ଗ ଉଠାଇ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ ଜନ୍ ବ୍ରିଟାସ୍ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢୁଛି ଏବଂ ଏହି କାରଣରୁ ଜନସାଧାରଣଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ିବାରେ ଲାଗିଛି ।

ସେ କହିଛନ୍ତି ସାଧାରଣ ଲୋକଙ୍କ ଜୀବନ ଯନ୍ତ୍ରଣାଦାୟକ ହୋଇଗଲାଣି । ଆଜିଠାରୁ ୮୦୦ ରୁ ଅଧିକ ଔଷଧର ମୂଲ୍ୟରେ “ଅପ୍ରତ୍ୟାଶିତ ବୃଦ୍ଧି” ଲାଗୁ ହୋଇଛି। ଔଷଧର ମୂଲ୍ୟରେ ଏକାଥରକେ ଏତେ ବଡ଼ ବୃଦ୍ଧି କେବେ ଘଟିନାହିଁ। ସରକାର ଏହି ମୂଲ୍ୟବୃଦ୍ଧି ପ୍ରତ୍ୟାହାର କରିବା ଉଚିତ୍। ”

ବ୍ରିଟାସ୍ କହିଛନ୍ତି ଯେ କୌଣସ ସମ୍ବେଦନଶୀଳ ସରକାର ଏହି ପରିସ୍ଥିତିକୁ ଏଡ଼ାଇ ଯାଇଥାନ୍ତେ, କିନ୍ତୁ ଏହି ସରକାର ସାଧାରଣ ଜନତାଙ୍କ ପ୍ରତି ଅସମ୍ବେଦନଶୀଳ ହେବାରେ ଲାଗିଛି। କାରଣ ଜରୁରୀ ଔଷଧର ମୂଲ୍ୟ ସିଧାସଳଖ ୧୧ ପ୍ରତିଶତ ବୃଦ୍ଧି କରାଯାଇଛି |

ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ରନ୍ଧନ ପର୍ଯ୍ୟନ୍ତ ସବୁ ମହଙ୍ଗା ହୋଇଛି। ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି ।