ଆଜି ପାଟନାରେ ବିରୋଧୀଙ୍କ ମହାମେଳି, ୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି | News Room Odisha

ଆଜି ପାଟନାରେ ବିରୋଧୀଙ୍କ ମହାମେଳି, ୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି

ପାଟନା: ଆଜି ପାଟନାରେ ଏକାଠି ହେବେ ବିରୋଧୀ । ବିରୋଧୀଙ୍କ ଏହି ମହାମେଳିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହ ୧୭ଟି ଦଳର ମୁଖ୍ୟ ଯୋଗ ଦେବେ। ୨୦୨୪ରେ ମୋଦିଙ୍କୁ ଗାଦିଚ୍ୟୁତ କରିବାକୁ ବିଜେପି ବିରୋଧରେ ପ୍ରସ୍ତୁତ ହେବ ରଣନୀତି । ଜେପି ଭୂମିକାରେ ନୀତୀଶ କୁମାର, କଣ ହେବ ମୋଦିଙ୍କ ବିରୋଧରେ ମୁଦ୍ଦା, କିଏ ହେବେ ବିରୋଧୀଙ୍କ ପିଏମ୍ ଚେହେରା ।
ଆଜି ବୈଠକରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୌରହିତ୍ୟରେ ହେବ ବିଜେପି ବିରୋଧୀ ମହାମେଳି । ଯେଉଁଥିରେ ସାମିଲ ହେଉଛନ୍ତି ପ୍ରାୟ ୨୦ଟି ରାଜନୈତିକ ଦଳର ଟଲ୍ ଫିଗର୍ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବାକୁ କିଛିଦିନ ହେବ ବିରୋଧୀ ଯୋଜନା ଚଳାଇଥିବା ବେଳେ ଆଜି ପାଟନାରୁ ପଡ଼ିବାକୁ ଯାଉଛି ତାର ମୂଳଦୁଆ । ୨୦୨୪ ପାଇଁ ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ ହେବ ।

ପାଟନା ବିରୋଧୀ ମହାମେଳିରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟିର ଅଖିଳେଶ ସିଂହ ଯାଦବ, ଆପ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଶରଦ ପାୱାର, ଡିଏମକେର ଏମକେ ଷ୍ଟାଲିନ, ନାସନାଲ୍ କନଫରେନ୍ସର ଫାରୁକ ଅବଦ୍ଦୁଲ୍ଲା, ପିଡିପିର ମେହବୁବା ମୁଫ୍‌ତି, ଉଦ୍ଧବ ଶିବସେନାର ଉଦ୍ଧବ ଥାକରେ, ଜେଡିୟୁର ନୀତୀଶ କୁମାର, ଆରଜେଡିର ତେଜସ୍ବୀ ଯାଦବ, ସିପିଏମର ସୀତାରାମ ୟେଚୁରୀ ଏବଂ ସିପିଆଇର ଡି. ରାଜା ପ୍ରମୁଖ ସାମିଲ ହେଉଛନ୍ତି । ବିରୋଧୀଙ୍କ କହିବା କଥା, ଏହା ମୋଦି ବିରୋଧୀ ମେଳି ନୁହେଁ, ବରଂ ଦେଶ ଏବଂ ଦେଶର ଗଣତନ୍ତ୍ରକୁ ବଞ୍ଚାଇବାକୁ ପ୍ରୟାସ ।