ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ 'ଜେଡ୍' ସୁରକ୍ଷା | News Room Odisha

ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ‘ଜେଡ୍’ ସୁରକ୍ଷା

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ କେନ୍ଦ୍ର ସରକାର ‘ଜେଡ୍’ ଶ୍ରେଣୀ ସୁରକ୍ଷା ଯୋଗାଇ ଦେଇଛନ୍ତି।

ଦିନକ ପୂର୍ବରୁ ଗୃହ ମନ୍ତ୍ରଣାଳୟର ଲିଖିତ ଆଦେଶ ପାଇବା ପରେ ସିଆରପିଏଫ୍ ଶୁକ୍ରବାର ଠାରୁ ସିହ୍ନାଙ୍କ ସୁରକ୍ଷା ସମ୍ଭାଳିଛି । ଏହା ପୂର୍ବରୁ କେନ୍ଦ୍ର ସରକାର ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ‘ଜେଡ୍ ପ୍ଲସ୍’ ଶ୍ରେଣୀର ସୁରକ୍ଷା ପ୍ରଦାନ କରିଥିଲେ।

ସିହ୍ନା ଜୁନ୍ ୨୧ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ମେଣ୍ଟର ମିଳିତ ପ୍ରାର୍ଥୀ ଭାବରେ ମନୋନୀତ ହୋଇଥିଲେ। କଂଗ୍ରେସ ନେତା ଜୟରାମ ରମେଶ ଏକ ବୈଠକରେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ତାଙ୍କ ନାମ ଘୋଷଣା କରିଥିଲେ।

୨୦୧୮ରେ ଭାରତୀୟ ଜନତା ପାର୍ଟି ଛାଡ଼ିଥିବା ସିହ୍ନା ଗତ ବର୍ଷ ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଇଥିଲେ। ପରେ ତାଙ୍କୁ ଦଳର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପୂର୍ବରୁ ସେ ଟିଏମସିରୁ ଇସ୍ତଫା ଦେଇଥିଲେ।

ଭାରତର ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ଅନୁଷ୍ଠିତ ହେବ ଏବଂ ଜୁଲାଇ ୨୧ ଳରେ ଫଳ ଘୋଷଣା କରାଯିବ।