ପିଲାଙ୍କ ଟିକାକରଣର ଆଜି ଦ୍ୱିତୀୟ ଦିନ, ପ୍ରଥମ ଦିନରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ପିଲା ନେଲେ ଟିକା | News Room Odisha

ପିଲାଙ୍କ ଟିକାକରଣର ଆଜି ଦ୍ୱିତୀୟ ଦିନ, ପ୍ରଥମ ଦିନରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ପିଲା ନେଲେ ଟିକା

ନୂଆଦିଲ୍ଲୀ: ଦେଶରେ ୧୫ ରୁ ୧୮ ବର୍ଷ ବୟସ ପିଲାଙ୍କ ଟିକାକରଣ ଅଭିଯାନର ପ୍ରଥମ ଦିନରେ ୫୦ ଲକ୍ଷରୁ ଅଧିକ କିଶୋର ଟିକା ନେଇଛନ୍ତି। ସମଗ୍ର ଦେଶରେ ଏହି ବୟସ ବର୍ଗରେ ପ୍ରାୟ ୭.୪ କୋଟି ପିଲା ଅଛନ୍ତି | ସୋମବାର ଦିନ ଏହି ଅଭିଯାନ ଆରମ୍ଭ କରିଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ତେଲେଙ୍ଗାନା, କେରଳ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ପୁଡୁଚେରୀ, ମଧ୍ୟପ୍ରଦେଶ ଅନ୍ୟତମ।

ସୋମବାର ରାତି ୧୦:୩୦ ପର୍ଯ୍ୟନ୍ତ କୋ-ଓ୍ବିନ୍ ପୋର୍ଟାଲରେ ତଥ୍ୟ ଅନୁଯାୟୀ, ୧୫ ରୁ ୧୮ ବର୍ଷ ବୟସର ୫୩,୬୪,୫୯୯ ହିତାଧିକାରୀ ଟିକା ପାଇଛନ୍ତି।

୧୫ ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ ଟିକାକରଣ ଅଭିଯାନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇଥିବା ପିଲା ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅଭିଯାନରେ ଯୋଗଦେବାକୁ ସେ ଅଧିକରୁ ଅଧିକ ଯୁବକଙ୍କୁ ଆହ୍ବାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ ଟୁଇଟ୍‌ରେ କହିଛନ୍ତି ଯେ ଆଜି କୋଭିଡ-୧୯ ରୁ ଯୁବକମାନଙ୍କୁ ସୁରକ୍ଷା ଯୋଗାଇବା ଦିଗରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛୁ। ୧୫ ରୁ ୧୮ ବର୍ଷ ବୟସର ସମସ୍ତ କିଶୋରମାନଙ୍କୁ ଟିକାକରଣ ପାଇଁ ଅଭିନନ୍ଦନ! ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଅଭିନନ୍ଦନ | ମୁଁ ଯୁବକ ମାନଙ୍କୁ ଅନୁରୋଧ କରିବି ଯେ ସେମାନେ ଆଗାମୀ ଦିନରେ ଟିକା ନିଅନ୍ତୁ |

COVID-19