ହାଇଦ୍ରାବାଦରୁ ନିର୍ବାଚନ ଲଢ଼ିବାକୁ ରାହୁଲ ଗାନ୍ଧୀଙ୍କୁ ଓଓ୍ବେସିଙ୍କ ଚ୍ୟାଲେଞ୍ଜ | News Room Odisha

ହାଇଦ୍ରାବାଦରୁ ନିର୍ବାଚନ ଲଢ଼ିବାକୁ ରାହୁଲ ଗାନ୍ଧୀଙ୍କୁ ଓଓ୍ବେସିଙ୍କ ଚ୍ୟାଲେଞ୍ଜ

ହାଇଦ୍ରାବାଦ: ଅଲ ଇଣ୍ଡିଆ ମଜଲିସ୍-ଇ-ଇତେହାଦୁଲ ମୁସଲିମ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ହାଇଦ୍ରାବାଦରୁ ତାଙ୍କ ବିରୋଧରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଚ୍ୟାଲେଞ୍ଜ କରିଛନ୍ତି।

ତାଙ୍କ ନିର୍ବାଚନମଣ୍ଡଳୀ ହାଇଦ୍ରାବାଦରେ ଏକ ସାଧାରଣ ସଭାରେ ଓଓ୍ବେସି କହିଛନ୍ତି, ‘ମୁଁ ଆପଣ(କଂଗ୍ରେସ)ଙ୍କ ନେତା (ରାହୁଲ ଗାନ୍ଧୀ)ଙ୍କୁ ୱାୟାନାଡରୁ ନୁହେଁ ବରଂ ହାଇଦ୍ରାବାଦରୁ ନିର୍ବାଚନ ଲଢ଼ିବାକୁ ଚ୍ୟାଲେଞ୍ଜ କରୁଛି। ଆପଣ ବଡ଼ ବଡ଼ କଥା କହୁଛନ୍ତି, ଆସନ୍ତୁ ଏଠିକି ଲଢ଼ିବା | କଂଗ୍ରେସ ଲୋକ ବହୁତ କଥା କହିବେ, କିନ୍ତୁ ମୁଁ ପ୍ରସ୍ତୁତ… । କଂଗ୍ରେସ ଶାସନ ସମୟରେ ବାବ୍ରି ମସଜିଦ ଓ ସଚିବାଳୟ ମସଜିଦ ଭଙ୍ଗାଯାଇଥିଲା।

ଏଆଇଏମ୍ଆଇଏମ୍ ମୁଖ୍ୟ ଓଓ୍ବେସି କହିଛନ୍ତି, କଂଗ୍ରେସ ସହ ସମାଜବାଦୀ ପାର୍ଟି ଓ ଲାଲୁ ଯାଦବଙ୍କ ଦଳ (ଆରଜେଡି)ର ନେତାମାନେ ସଂସଦରେ ମୁସଲିମଙ୍କ ନାଁ ନେବାକୁ ଭୟ କରୁଛନ୍ତି। ମୁଁ ଠିଆ ହୋଇ ମୁସଲିମ ଓ ଓବିସି ମହିଳାମାନଙ୍କ ପାଇଁ ମଧ୍ୟ ସଂରକ୍ଷଣ ଦାବି କରିଥିଲି । ସେମାନେ ମୋତେ ମହିଳାଙ୍କ ବିରୋଧୀ ବୋଲି କହୁଛନ୍ତି । କିନ୍ତୁ ସତ ହେଉଛି ସେମାନେ ହିଁ ମହିଳା, ଓବିସି ଓ ମୁସଲିମ ବିରୋଧୀ ।