ପଦ୍ମ ସମ୍ମାନ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପଦ୍ମ ବିଭୂଷଣ, ସିନ୍ଧୁଙ୍କୁ ପଦ୍ମଭୂଷଣ; କଙ୍ଗନାଙ୍କ ସହ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ | News Room Odisha

ପଦ୍ମ ସମ୍ମାନ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପଦ୍ମ ବିଭୂଷଣ, ସିନ୍ଧୁଙ୍କୁ ପଦ୍ମଭୂଷଣ; କଙ୍ଗନାଙ୍କ ସହ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତିଙ୍କ ଦ୍ବାରା ପଦ୍ମ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି । ସାତଜଣଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଥିବା ବେଳେ ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୧୬ ଜଣ ବ୍ୟକ୍ତିଙ୍କୁ ମରଣୋତ୍ତର ଭାବେ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି। ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମବିଭୂଷଣ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜାପାନର ସବୁଠୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ରହିଥିବା ସିଞ୍ଜୋ ଆବେ ଏବଂ ଦିବଂଗତ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମ୍(ମରଣୋତ୍ତର) ଅଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ, ସୁଷମା ସ୍ୱାରାଜ ଏବଂ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କୁ ମଧ୍ୟ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । ଏଥି ସହିତ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ (ମରଣୋତ୍ତର), ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାସୱାନ (ମରଣୋତ୍ତର) ଏବଂ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା।

 

କର୍ଣ୍ଣାଟକର ଜଣାଶୁଣା ହୃଦରୋଗ ବିଶେଷଜ୍ଞ ବେଲେ ମୋନାପ୍ପା ହେଗଡେ, ଭାରତୀୟ ଇସଲାମ ବିଦ୍ୱାନ ତଥା ମୌଲାନା ୱାହିଦୁଦ୍ଦିନ ଖାନ, ପ୍ରତ୍ନତତ୍ତ୍ୱବିତ୍ ବି.ବି ଲାଲଙ୍କୁ ମଧ୍ୟ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହାଛଡ଼ା ଏଥର ସମୁଦାୟ ୧୦ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ (ମରଣୋତ୍ତର), ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାସୱାନ (ମରଣୋତ୍ତର) ଏବଂ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ବ୍ୟତୀତ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ (ମରଣୋତ୍ତର), ଭାରତୀୟ ଇସଲାମ ବିଦ୍ୱାନ କଲବେ ସାଦିକ (ମରଣୋତ୍ତର), ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ସଚିବ ନୃପେନ୍ଦ୍ର ମିଶ୍ର, ସାମାଜିକ କର୍ମୀ ତାରଲୋଚନ୍ ସିଂ, ଶାସ୍ତ୍ରୀୟ ଗାୟକ କେ.ଏସ୍ ଚିତ୍ର, ଚନ୍ଦ୍ରଶେଖର କାମ୍ବରା, ଡବଲ୍ ଅଲିମ୍ପିକ୍ ପଦକ ବିଜୟିନୀ ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ, ରଜନୀକାନ୍ତ ଦେବୀଦାସ ଶ୍ରଫ୍ ପ୍ରମୁଖ ଅଛନ୍ତି। ଏଥିସହ ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନା (ମରଣୋତ୍ତର) ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଜୟ ଚକ୍ରବର୍ତ୍ତୀଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।

ସେହିପରି ଅଭିନେତ୍ରୀ କଙ୍ଗନା ରଣାଓ୍ବତ, ସରିତା ଯୋଶୀଙ୍କ ସହ ପୂର୍ବତନ ଗୋଆ ରାଜ୍ୟପାଳ ମୃଦୁଲା ସିହ୍ନା, ବ୍ରିଟିଶ ଚଳଚ୍ଚିତ୍ର ନିର୍ଦ୍ଦେଶକ ପିଟର ବ୍ରୁକ୍, ଫାଦର ୱାଲିସ୍ (ମୃତ୍ୟୁ ପରେ), ପ୍ରଫେସର ଚମାନ ଲାଲ ସାପ୍ରୁ (ମୃତ୍ୟୁ ପରେ) ଙ୍କ ସମେତ ଚଳିତ ଥର ୧୦୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ବିଶେଷ କଥା ହେଉଛି ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୨୯ ଜଣ ମହିଳା ହୋଇଥିବାବେଳେ ୧୦ ଜଣ ପ୍ରବାସୀ ଭାରତୀୟ (ଏନଆରଆଇ), ଭାରତୀୟ ବଂଶୋଦ୍ଭୋବ (ପିଆଇଓ) ଏବଂ ଦରିଆପାରି ଭାରତୀୟ ନାଗରିକ (ଓସିଆଇ) ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଟ୍ରାନ୍ସଜେଣ୍ଡର |