ଇମ୍ରାନ ଖାନଙ୍କୁ ଝଟକା, ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ ବୋଲି କହିଲେ ସୁପ୍ରିମକୋର୍ଟ | News Room Odisha

ଇମ୍ରାନ ଖାନଙ୍କୁ ଝଟକା, ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ ବୋଲି କହିଲେ ସୁପ୍ରିମକୋର୍ଟ

ଇସଲାମାବାଦ: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟ ଦେଇଛନ୍ତି ବଡ଼ ଝଟକା । ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସଂସଦର ଉପ ବାଚସ୍ପତି କାସିମ ସୁରି ଖାରଜ କରିବା ନିଷ୍ପତ୍ତିକୁ ପାକିସ୍ତାନର ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି।

କୋର୍ଟ ମଧ୍ୟ ସଂସଦକୁ ପୁନଃ ସ୍ଥାପିତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଇମ୍ରାନ ଖାନ ସରକାରଙ୍କ ପାଇଁ ଏକ ବଡ ଝଟକା। ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ରାୟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରାଷ୍ଟ୍ରପତିଙ୍କୁ ସଂସଦ ଭଙ୍ଗ କରିବାକୁ ପରାମର୍ଶ ଦେଇ ପାରିବେ ନାହିଁ।

ଏପ୍ରିଲ ୯ ତଥା ଶନିବାର ଦିନ ସଂସଦର ଅଧିବେଶନ ଡକାଇବାକୁ ସୁପ୍ରିମକୋର୍ଟ ମଧ୍ୟ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏପ୍ରିଲ ୩ ତାରିଖରେ ଇମ୍ରାନ ଖାନଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ପାକିସ୍ତାନ ସଂସଦର ଉପ ବାଚସ୍ପତି କାସୀମ ସୁରି ଖାରଜ କରିଦେଇଥିଲେ । ଏହାକୁ ବିରୋଧୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।