ଟି-୨୦ ବିଶ୍ୱକପ୍‌: ପାକିସ୍ତାନର ପ୍ରଥମ ବିଜୟ | News Room Odisha

ଟି-୨୦ ବିଶ୍ୱକପ୍‌: ପାକିସ୍ତାନର ପ୍ରଥମ ବିଜୟ

ପର୍ଥ: ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍‌-୨ରେ ପାକିସ୍ତାନ ନେଦରଲାଣ୍ଡ୍ସକୁ ୬ ୱିକେଟରେ ହରାଇଛି । ପାକିସ୍ତାନର ଏହା ପ୍ରଥମ ବିଜୟ ।

ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନେଦରଲାଣ୍ଡ୍ସ ୯ ୱିକେଟ୍ ହରାଇ ମାତ୍ର ୯୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହି ମାମୁଲି ବିଜୟଲକ୍ଷ୍ୟ ଜବାବରେ ପାକିସ୍ତାନ ୪ ୱିକେଟ୍ ହରାଇ ୧୩.୫ ଓଭରରେ ୯୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା ।

ଦଳ ପକ୍ଷରୁ ମହମ୍ମଦ ରିଜୱାନ ୪୯ ରନ୍ କରିଥିବାବେଳେ ଫଖର୍ ଜମାନ ୨୦ ରନ କରିଥିଲେ । ପାକିସ୍ତାନ ପ୍ରଥମ ମ୍ୟାଚରେ ଭାରତ ଠାରୁ ୪ ଓ୍ବିକେଟରେ ହାରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ଜିମ୍ବାୱେ ଠାରୁ ୧ ରନରେ ପରାସ୍ତ ହୋଇଥିଲା ।