ଆରବ ସାଗରରେ ବୁଡ଼ି ଯାଉଥିବା ଭାରତୀୟ ଜାହାଜର ୯ ଜଣ ସଦସ୍ୟଙ୍କୁ ବଞ୍ଚାଇଲା ପାକିସ୍ତାନୀ ନୌସେନା | News Room Odisha

ଆରବ ସାଗରରେ ବୁଡ଼ି ଯାଉଥିବା ଭାରତୀୟ ଜାହାଜର ୯ ଜଣ ସଦସ୍ୟଙ୍କୁ ବଞ୍ଚାଇଲା ପାକିସ୍ତାନୀ ନୌସେନା

ନୂଆଦିଲ୍ଲୀ: ପାକିସ୍ତାନୀ ନୌସେନା ଆରବ ସାଗରରେ ବୁଡ଼ି ଯାଉଥିବା ଏକ ଭାରତୀୟ ଜାହାଜରେ ନଅ ଜଣଙ୍କ ଜୀବନ ବଞ୍ଚାଇଛି। ସମସ୍ତେ ଏହି ଭାରତୀୟ ଜାହାଜର କ୍ରୁ ସଦସ୍ୟ ଥିଲେ।

ଏକ ବିବୃତ୍ତିରେ ପାକିସ୍ତାନ ନୌସେନା କହିଛି ଯେ ଭାରତୀୟ କ୍ରୁ ସଦସ୍ୟଙ୍କ ଇମର୍ଜନ୍ସି କଲ୍ ପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ପାକିସ୍ତାନୀ ସାମୁଦ୍ରିକ ସୂଚନା କେନ୍ଦ୍ର ବୁଡ଼ି ଯାଉଥିବା ଜାହାଜରେ ଅଟକି ରହିଥିବା କର୍ମଚାରୀଙ୍କୁ ଆବଶ୍ୟକ ସହାୟତା କରିବାକୁ ନିକଟସ୍ଥ ଏକ ବାଣିଜ୍ୟିକ ଜାହାଜ ‘ମାଉଣ୍ଟ କ୍ରୁଇବେକେ’ କୁ ପଠାଇଥିଲା ।

ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଜାହାଜ “ଯମୁନା ସାଗର” ଅଗଷ୍ଟ ୯ରେ ବଲୁଚିସ୍ତାନ ପ୍ରଦେଶର ଗ୍ୱାଦର ସହର ନିକଟରେ ୧୦ ଜଣ କ୍ରୁ ସଦସ୍ୟଙ୍କ ସହ ବୁଡ଼ି ଯାଇଥିଲା।