ବିଶ୍ୱକପ୍‌ ପାଇଁ ଭାରତ ଆସିଲା ପାକିସ୍ତାନ ଦଳ | News Room Odisha

ବିଶ୍ୱକପ୍‌ ପାଇଁ ଭାରତ ଆସିଲା ପାକିସ୍ତାନ ଦଳ

ହାଇଦ୍ରାବାଦ : ଦିନିକିଆ ବିଶ୍ୱକପ୍‌ ପାଇଁ ପାକିସ୍ତାନ ଦଳ ବୁଧବାର ହାଇଦ୍ରାବାଦରେ ପହଞ୍ଚିଛି। ପାକିସ୍ତାନ ଦଳ ୭ ବର୍ଷ ପରେ ଭାରତ ଆସିଛି ।

ଦିନିକିଆ କ୍ରିକେଟର ମହାକୁମ୍ଭ ଅକ୍ଟୋବର ୫ରୁ ଆରମ୍ଭ ହେବ । ବାବର ଆଜମଙ୍କ ନେତୃତ୍ଵାଧୀନ ପାକିସ୍ତାନ ଟିମ୍ ସେପ୍ଟେମ୍ବର ୨୯ରେ ନ୍ୟୁଜିଲ୍ୟାଣ୍ଡ ସହ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍

ପାକିସ୍ତାନୀ ଖେଳାଳିମାନେ ଭାରତ ଗସ୍ତ ପାଇଁ ନିର୍ଦ୍ଧାରିତ ଯାତ୍ରା ସୂଚୀର ୪୮ ଘଣ୍ଟା ପୂର୍ବରୁ ଭିସା ପାଇଥିଲେ। ଦୁଇ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ଯୋଗୁଁ ଭାରତ ଓ ପାକିସ୍ତାନ ଦଳ କେବଳ ଏସିଆ କପ୍ ଏବଂ ଆଇସିସି ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି।

ଦଳ ଭାରତ ଗସ୍ତରେ ଯିବା ପୂର୍ବରୁ ପିସିବି ପରିଚାଳନା କମିଟିର ମୁଖ୍ୟ ଜାକା ଆଶ୍ରଫ ଗଣମାଧ୍ୟମକୁ କହିଥିଲେ “ସବୁ ଦଳକୁ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ ଏବଂ ସମସ୍ତଙ୍କ ସଠିକ୍ ଯତ୍ନ ନିଆଯିବ ବୋଲି ବିସିସିଆଇ ଆଇସିସିକୁ ନିଶ୍ଚିତ କରିଛି । ତେଣୁ ଆମେ ଭାବୁନାହୁଁ ଯେ ଆମ ପ୍ରତି ସେମାନଙ୍କ ଆଚରଣ ଅଲଗା ହେବ। ଆମ ଦଳ ଦଳର କୌଣସି ଅସୁବିଧା ହେବ ବୋଲି ମୁଁ ଭାବୁ ନାହିଁ । ”

ଭାରତ ଯିବା ପୂର୍ବରୁ ବାବର ଆଜାମ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସେ ବିଶେଷ କରି ଅହମ୍ମଦାବାଦରେ ଭାରତରେ ଖେଳିବାକୁ ବହୁତ ଉତ୍ସାହିତ ଅଛନ୍ତି। ଦୁଇ ଲକ୍ଷରୁ ଅଧିକ ଦର୍ଶକଙ୍କ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଦୁଇ ଦେଶ ମଧ୍ୟରେ ମୁକାବିଲା ହେବ । ଆଗାମୀ ବିଶ୍ୱକପରେ ଭାରତ ଓ ପାକିସ୍ତାନ ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ମୁହାଁମୁହିଁ ହେବେ ।