ସଂସଦ ଅନୁପ୍ରବେଶକାରୀଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଆତଙ୍କବାଦୀ ପନ୍ନୁର ଘୋଷଣା | News Room Odisha

ସଂସଦ ଅନୁପ୍ରବେଶକାରୀଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଆତଙ୍କବାଦୀ ପନ୍ନୁର ଘୋଷଣା

ନୂଆଦିଲ୍ଲୀ: ସଂସଦ ଅନୁପ୍ରବେଶ ମାମଲାରେ ଚାରି ଅଭିଯୁକ୍ତଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଆଇନଗତ ସହାୟତା ପ୍ରସ୍ତାବ ଦେଇଛି। ସେ ଅଭିଯୁକ୍ତଙ୍କୁ ବିଦ୍ରୋହୀ ବୋଲି ଦର୍ଶାଇ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଆଇନ ସହାୟତା ପ୍ରଦାନ କରିବାକୁ ସେ ପ୍ରସ୍ତୁତ ବୋଲି କହିଛି ପନ୍ନୁ। ତେବେ ଏହି ଘଟଣାରେ ତାର ସମ୍ପୃକ୍ତି ସମ୍ପର୍କରେ ପନ୍ନୁ କୌଣସି ମନ୍ତବ୍ୟ ଦେଇନାହିଁ।

ପ୍ରକାଶଯୋଗ୍ୟ, ନିକଟରେ ପନ୍ନୁ ଭାରତୀୟ ସଂସଦ ଉପରେ ଆକ୍ରମଣ କରିବାକୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଧମକ ଦେଇଥିଲା ।