ଭାରତ ବିରୋଧରେ ପୁଣି ବିଷ ଉଗାରିଲା ପନ୍ନୁ, ସଂସଦ ଉପରେ ଆକ୍ରମଣ କରିବାକୁ ଧମକ | News Room Odisha

ଭାରତ ବିରୋଧରେ ପୁଣି ବିଷ ଉଗାରିଲା ପନ୍ନୁ, ସଂସଦ ଉପରେ ଆକ୍ରମଣ କରିବାକୁ ଧମକ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ପୁଣି ଭାରତ ବିରୋଧରେ ବିଷ ଉଗାରିଛି । ଏବେ ଆଉ ଏକ ଭିଡିଓ ଜାରି କରି ଭାରତକୁ ଧମକ ଦେଇଛି ପନ୍ନୁ । ଡିସେମ୍ବର ୧୩ କିମ୍ବା ତା ପୂର୍ବରୁ ସେ ଭାରତ ସଂସଦ ଉପରେ ଆକ୍ରମଣ କରିବ ବୋଲି କହିଛି ଏହି ଖଲିସ୍ତାନୀ ନେତା । ପନ୍ନୁ ଦାବି କରିଛି ଯେ ତାକୁ ଏହା ମଧ୍ୟରେ ହତ୍ୟା କରିବା ପାଇଁ ଉଦ୍ୟମ ବିଫଳ ହୋଇଥିଲା | ଉଲ୍ଲେଖଯୋଗ୍ୟ, ୨୦୦୧ ଡିସେମ୍ବର ୧୩ରେ ଭାରତୀୟ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା।